*ବଲାଙ୍ଗିର ଜିଲ୍ଲା ପୁଲିସ୍ ର ବଡ଼ ସଫଳତା ବାପା ପୁଅ ମିଶି କରୁ ଥିଲେ ଡକାୟତ*

ବଲାଙ୍ଗୀର ଜିଲ୍ଲା ରୁ ମୁନା ଗୌଡ଼ ଙ୍କ ସହିତ ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ବଲାଙ୍ଗୀର ରେ ବାପା ପୁଅ ଡ଼କାୟତ ଗ୍ୟାଙ୍ଗ ର କଳା କାରନାମା । ବର୍ଷବର୍ଷ ଧରି ଜିଲ୍ଲାରେ ରହି କରୁଥିଲେ ଲୋକଙ୍କ ଘରେ ଚୋରି ଲୁଟ ,ଡକାୟତି।
ଦୁଇ ବର୍ଷ ପରେ ଧରିଲା ବଲାଙ୍ଗୀର ଟାଉନ୍ ପୋଲିସ। ଧରିବା ପରେ ଆଜି ଲୁଟ କରିଥିବା ଘଟଣା ସ୍ଥଳ ସହ ଘରେ ସିନରିକ୍ରିଏସନ କରିଛି ପୋଲିସ। ତେବେ ଗିରଫ ଲୁଟେରା ମାନେ ହେଲେ। ବାପା ରମେଶ ଓରଫ ଗଜପତି ସୁନା , ବଡ଼ପୁଅ
ସମୀର ଓରଫ ରବି ସୁନା ଓ ସାନ ପୁଅ ଅର୍ଜୁନ ଓରଫ ସୁଭମ ସୁନା। ତିନି ବାପା ପୁଅ ମିଶି ବଲାଙ୍ଗୀର ଟାଉନ ଥାନା ୭ ଟି ସ୍ଥାନ ରେ କରିଥିଲେ ଡକାୟତି , ପୁଇଁନ୍ତଳା ଥାନା ର ୩ ଟି ଓ ଲକ୍ଷ୍ମୀଜୋର ଥାନା ର ୧ ଟି ଓ ବଲାଙ୍ଗୀର ର ବିଭିନ୍ନ ଜାଗାରେ ମୋଟ ୧୧ ଟି ସ୍ଥାନରେ କରିଥିଲେ ଲୁଟ । ଗାନ୍ଧୀନଗର ପଡା ଶୁଭଶ୍ରୀ ପାଢ଼ୀ ଙ୍କ ଘରେ ବାହାରକୁ କାମ ରେ ଯାଇଥିବା ବେଳେ ଘର ତାଲା ଭାଙ୍ଗି ସୁନା ଗହଣା, ସମସ୍ତ ସାମଗ୍ରୀ , କପଡା ସହ ନଗଦ ଟଙ୍କା ଯାହାର କି ୧ କୋଟି ରୁ ଉର୍ଦ୍ଧ୍ବ ହେବ ସବୁ ନେଇ ଫେରାର ମାରିଥିଲେ ୨୦୨୪ ମସିହା ଫେବ୍ରୁଆରୀ ମାସରେ। ତେବେ ସିସିଟିଭି ଓ ଅତ୍ୟାଧୁନିକ ଫିଙ୍ଗର ପ୍ରିଣ୍ଟ ଚୋର ଙ୍କୁ ଧରିବାରେ ସହଯୋଗ କରିଛି ପୋଲିସ କୁ। ସେହିପରି ଦୁଇ ବର୍ଷ ଲାଗିଛି ଏଭଳି କୁଖ୍ୟାତ ଡ଼କାୟତ ଙ୍କୁ ଧରିବାରେ। ସେହିପରି ଅନ୍ୟ ଜିଲ୍ଲାରେ ମଧ୍ୟ ରହିଛି ମାମଲା। କାରଣ ଏମାନଙ୍କ ସ୍ଥାୟୀ ଘର କଉଠି ନଥିଲା। ଯାହାକୁ ନେଇ ପୋଲିସ ଧରିବାରେ ବିଳମ୍ବ ହୋଇଥିବା ସୂଚନା। ଦେଇଛନ୍ତି ସଦର ଏସ ଡି ପିଓ ସରୋଜ ଉପାଧ୍ୟାୟ,

Leave a Reply

Your email address will not be published. Required fields are marked *

error: Content is protected !!