*ରାୟଗଡ଼ା ସ୍ବାମୀ ସ୍ତ୍ରୀ କଳହ ରେ ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ*

ରାୟଗଡ଼ା ଜିଲ୍ଲା ରୁ ଦେବୀ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ


ରାୟଗଡା :-ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ସ୍ତ୍ରୀ ର ଚରିତ୍ର ଉପରେ ସନ୍ଦେହ କରି ଅତି ନିର୍ମମ ଭାବେ ସ୍ବାମୀ ରଘୁ ମେଲେକା ହତ୍ଯା କରିଛି। ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା କୁମ୍ବିକୋଟା ଫାଣ୍ଡି ଅନ୍ତର୍ଗତ ଇର୍ପିପୁଟ ଗାଁରେ ଘଟିଛି। ପୋଲିସ ହତ୍ଯାକାରୀ ରଘୁ ମେଲେକାକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘଟଣାସ୍ଥଳରେ ସାଇନଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ଯରେ କଥା କଟାକଟି ହେବା ପରେ ଝଗଡା ହୋଇଥଗଲା। ପରେ ଅଭିଯୁକ୍ତ ରଘୁ ଘରୁ ଚାଲିଯାଇଥିଲି। ଆଜି ସକାଳୁ ଗାଁ ପାଖରେ ସ୍ତ୍ରୀ ଠିଆ ହୋଇଥିବା ବେଳେ ରଘୁ ଏକ ଧାରୁଆ ଟାଙ୍ଗିଆ ରେ ମୁଣ୍ଡ ଓ ଶରୀରରେ ବାରମ୍ବାର ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀ ମୃତ୍ଯୁବରଣ କରିଥିଲା। ଏନେଇ ପୁଅ ଚନ୍ଦନ ମେଲେକା ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ରଘୁ ମେଲେକାକୁ ଗିରଫ କରାଯାଇଛି l

Leave a Reply

Your email address will not be published. Required fields are marked *

error: Content is protected !!