ରାୟଗଡ଼ା ଠାରେ ୧୦୮ କୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ

ରାୟଗଡ଼ା ଜିଲ୍ଲାରୁ ଦେବୀ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ରାୟଗଡ଼ା ସହରର ରୋହିତ କଲୋନୀ ସ୍ଥିତ ଜେସ୍କୋ ପଡିଆରେ  ୧୦୮କୁଣ୍ଡିୟ ବୈଦିକ ବିଶ୍ଵଶାନ୍ତି ଦେବ ମହାଯଜ୍ଞ ଚଳିତ ମାସ ଜାନୁୟାରୀ ୩୧ ରୁ ଫେବୃୟାରୀ ମାସ 0୧ ଓ 0୨ ତାରିଖ ତିନି ଦିନ ଧରି ୧୦୮କୁଣ୍ଡିୟ ବୈଦିକ ବିଶ୍ଵଶାନ୍ତି ଦେବ ମହାଯଜ୍ଞ ପାଳନ ମହୋତ୍ସବ ଆୟୋଜନ କରାଯାଇଥିଲା କାର୍ଯ୍ୟକ୍ରମର ଆୟୋଜକ ମିଟସ୍ ଇଞ୍ଜିିୟରିଙ୍ଗ୍ ମହାବିଦ୍ୟାଳୟର ଚୈରମ୍ୟାନ ଓ  ଗାୟତ୍ରୀ ଭକ୍ତ ବାଳକୃଷ୍ଣ ପଣ୍ଡା ଙ୍କ ଅଧ୍ୟକ୍ଷତା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ବିଶ୍ଵଶାନ୍ତି ଦେବ ମହାଯଜ୍ଞ ର ସଭାପତି ୟେଲ୍ଲା କୋଣ୍ଡା ବାବୁ, ମୁଖ୍ୟ ଅତିଥି ବିଧାୟକ ଆପଲ ସ୍ଵାମୀ କାଡ୍ରାକା, ନୂଆପଡ଼ା ଗାୟତ୍ରୀ ପରିବାର ର  ସୁଦର୍ଶନ ଗୁରୁଜୀ ଏବଂ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ ଯାହା ସୂଚନା ମୁତାବକ ୨ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସିବେ ଏବଂ ପୂର୍ଣ୍ଣା ଆହୁତି ଦେବେ ବୋଲି କହିଛନ୍ତି । ଜାନୁୟାରୀ ୩୧ରିଖ ଦିନ ୧୧୦୦ମହିଳା ମାନଙ୍କୁ ନେଇ ଲଳିତା ସ୍ରୋହସ ନାମା ପୂଜା କରାଯିବ। ଅତିଥି ମାନଙ୍କ ଦ୍ଵାରା ଧ୍ଵଜ ସ୍ଥାପନ ଓ ପ୍ରଥମ ଯଜ୍ଞ କୁଣ୍ଡ ର ଭୂମି ପୂଜନ ଓ ପାଞ୍ଚ କୁଣ୍ଡ ଯଜ୍ଞ କରାଯାଇଥିଲା ବହୁ ସଂଖ୍ୟା ରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମିଟସ୍ ଇଞ୍ଜିିୟରିଙ୍ଗ୍ ମହାବିଦ୍ୟାଳୟର ଉପସଭାପତି ବିଶ୍ୱଜିତ୍ ପଣ୍ଡା ଓ ତାଙ୍କ ମହାବିଦ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହୋଜୋଗ କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!