ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ¡

ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା।ଏହି ଘଟଣାକୁ ନେଇ ବିଦ୍ୟାଳୟରୁ ସମ୍ପୃକ୍ତ ଛାତ୍ରଙ୍କୁ ଟିସି ଦେଇ ବାହାର କରିବା ଦାବି କରି ଅଭିଭାବକମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତ।

ଯଦି ସମ୍ପୃକ୍ତ ଛାତ୍ରଙ୍କୁ ବାହାର କରା ନ ଯାଏ ତାହାଲେ ସମସ୍ତ ୪ ଶହପିଲା ମାନଙ୍କୁ ଟିସିଦିଅ ଆମେ ଏଠୁ ନେଇଯିବୁ ଦାବି କରି ତାଲା ପକାଇ ଧାରଣା ଦେଇଛନ୍ତି।ଏ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ରାତିରେ ଛାତ୍ରଙ୍କୁ ବିଦ୍ୟାଳୟରୁ ବହିଷ୍କାର ପାଇଁ ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଅଭିଭାବକ ମାନଙ୍କ ଦାବିପରେ ଛାତ୍ରଙ୍କ ବସ୍ତାନିରୁ ବନ୍ଧୁକୁ ବାହାରିବା ନେଇ ଥାନାରେ ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ୪୧ /୨୦୨୬ ରେ ଏକ ମାମଲା ରୁଜୁ ହୋଇଛି।

ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ବିଦ୍ୟାଳୟ ଆରମ୍ଭରୁ ବ୍ୟାଗରେ ବନ୍ଧୁକ ଧରି ଆସିଥିବା ଅନ୍ୟଛାତ୍ରମାନେ ଜାଣିବାକୁ ପାଇଥିଲେ। ଖେଳ ଛୁଟି ପରେ ଶିକ୍ଷକଙ୍କ ସନ୍ଦେହରେ ବ୍ୟାଗ ଦେଖିବାରୁ ଏକ ମେଟାଲ ବନ୍ଧୁକ ମିଳିଥିଲା। ଘଟଣାକୁ ନେଇ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀସଙ୍ଗୀତା ଜେନା ସେଠାରେ ପହଞ୍ଚି ଛାତ୍ରଙ୍କ ନିକଟରୁ ବନ୍ଧୁକ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ କବିତା ସେଠୀ ଏସଏମସି କମିଟିକୁ ଖବର ଦେଇଥିଲେ। ତୁରନ୍ତ ଏକ ବୈଠକ ଡକାଯାଇ ଆଲୋଚନା ପରେ ପୁଲିସକୁ ଖବର ଦିଆଯାଇଥିଲା।ପୋଲିସ ପହଞ୍ଚି ପିସ୍ତଲ ଜବତ କରିବା ସହ ଏହାର ଯଞ୍ଚ କରୁଛି । ଛାତ୍ର ଜଣକ ବନ୍ଧୁକ କେଉଁଠୁ ଆଣିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *

error: Content is protected !!