୧୦ ବିଭାଗର ୧୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମୋହର।

ସରିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ । ୧୦ ବିଭାଗର ୧୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମୋହର । ବୈଠକ ପରେ ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି । ରାଜ୍ୟ ସମବାୟ ନୀତି – ୨୦୨୬କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର ହୋଇଛି । ମାର୍ଚ୍ଚ ଯାଏଁ ସିଙ୍ଗାପୁର ଓ ଦୁବାଇକୁ ଜାରି ରହିବ ବିମାନ ଉଡାଣ । ପରବର୍ତ୍ତୀ ସମୟରେ ବିମାନ ଚାଲିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଓଡିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ଏରୋସ୍ପେଶ୍ ସାମଗ୍ରୀ । କଲ୍ୟାଣୀ ଗ୍ରୁପ ତରଫରୁ ଇଣ୍ଟିଗ୍ରେଟେଡି ନ୍ୟୁ ଏଜ୍ ମାନ୍ୟୁଫାକ୍ଟର କମ୍ପେ୍ଲକ୍ସ ହେବ । ଢେଙ୍କାନାଳ ଗଜମରାରେ ୧୧ ଶହ ଏକର ଜମିରେ ନିର୍ମାଣ କରାଯିବ । ୧୭ ହଜାର ୨୫୦ କୋଟି ଟଙ୍କା ନିବେଶ ହେବ । ୨୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିପାରିବ । ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ – ୨୦୨୨ର ସଂଶୋଧନ ହୋଇଛି । ଓଡିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ – ୨୦୨୬ ପ୍ରଣୟନ କରାଯାଇଛି । ଓଡିଶା ସୁପରିୟର ଜୁଡିସିଆଲ୍ ସର୍ଭିସ୍‌, ଜୁଡିସିଆଲ୍ ସର୍ଭିସ୍ ରୁଲ୍ସ ୨୦୦୭ ସଂଶୋଧନ ହୋଇଛି ।

Leave a Reply

Your email address will not be published. Required fields are marked *

error: Content is protected !!