ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ।

କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତର ତୀର୍ଥକ୍ଷେତ୍ର ଋଷିମାଳରେ ପହଞ୍ଚି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିଥିଲେ। ପରେ ସେ ବ୍ରାହ୍ମଣୀଗାଁର ଋଷିମାଳ ଡିଗ୍ରୀ କଲେଜରେ ପହଞ୍ଚି ସେଠାକାର ଉନ୍ନୟନ କାର୍ଯ୍ୟକୁ ଦେଖିଥିଲେ।

ପରେ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ମଧ୍ୟ ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

ପରେ ଦାରିଙ୍ଗବାଡି ଫେରି ଆସି ସେ ନୂତନ ବସ ଷ୍ଟାଣ୍ଡ ପାଇଁ ସ୍ଥିର କରାଯାଇଥିବା ଜମିକୁ ପରିଦର୍ଶନ କରିଥିଲେ। ଖୁବ ଶୀଘ୍ର ବସ ଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିକ୍ରିୟାରେ ଜିଲାପାଳ କହିଥିଲେ। ପରେ ପ୍ରସ୍ତାବିତ ଏକଲବ୍ୟ ମୋଡେଲ ରେସିଡେନ୍ସିଆଲ ସ୍କୁଲ ପାଇଁ ଜମି ଚହ୍ନଟ ହୋଇଯାଇଛି। ତାକୁ ତହସିଲଦାର ଧୀରଜ ପତ୍ର ଜିଲାପାଳଙ୍କୁ ଦେଖରିବା ସହ ତାହା ସ୍କୁଲ ପାଇଁ ବହୁତ ଭଲ ହେବ ବୋଲି କୁହାଯାଇଛି। ପରେ ଜିଲାପାଳ ବେଦଭୂଷଣ ଏକ ସମୀକ୍ଷା କରି ସମସ୍ତ ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ଗସ୍ତ ସମୟରେ ବଡିିଓ ପ୍ରୀତିରଞ୍ଜନ ରଥଙ୍କ ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ଏବଂ ସମସ୍ତ ସହକାରୀ ଯନ୍ତ୍ରୀ ତୁଷାର ସେଠି, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି ଓ ଅନ୍ୟ ଯନ୍ତ୍ରୀ ଋଷିମାଳ କଲେଜର ଅଧ୍ୟକ୍ଷ ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!