ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୫ଜଣ ଯୁବକଙ୍କ ଶୋଚନୀୟ ମତ୍ୟୁ ଘଟିଛି।ସେହିପରି ଜଣେ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି।
ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲ ଚିକିତ୍ସା ପାଇଁ ପାଠାଇଛି। ଦୁର୍ଘଟଣା ପରେ ରାସ୍ତାରେ ଯାତାୟାତ କରୁଥିବା ଗାଡିଗୁଡିକ ଅଟକି ରହିଥିଲା। ଫଳରେ ରାସ୍ତା ଜାମ୍ ହୋଇଯାଇଥିଲା। ପୋଲିସ ଟ୍ରାଫିକ କଣ୍ଟ୍ରୋଲ କରିବା ସହ ଯାନବାହନ ଚଳାଚଳ ସ୍ବାଭାବିକ କରୁଛି।
ଶନିବାର ଦୁଇଟି ବାଇକରେ ଆଗପଛ ହୋଇ ହଳଦିଆପଦର ପଟକୁ ଯାଉଥିଲା। ଅନ୍ୟପଟେ ବିପରୀତ ଦିଗରୁ ଏକ ବୋଝେଇ ଟ୍ରକ୍ ସହର ଭିତରକୁ ପ୍ରବେଶ କରୁଥିଲା। ତେବେ ଟ୍ରକ ଚାଳକ ଜଣଙ୍କ ବେପାରୁଆ ଭାବେ ଗାଡି ଚାଳନା କରି ଆଗ ପଛ ହୋଇ ଯାଉଥିବା ଦୁଇଟି ବାଇକ ଉପରେ ମାଡି ଯାଇଥିଲା। ଯାହାଫଳରେ ବାଇକ ଚାଳକ ସମେତ ସେଥିରେ ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ପୋଲିସ କହୁଛି।
