କଟକ ଚୂନ ଭାଟି ଗଳିର “ଭୋଲେସା ବାବାଙ୍କ” ବାର୍ଷିକ ଉତ୍ସବ ଅନୁଷ୍ଠିତ |

ଭାଇଚାରାର ସହର କଟକ ଆଜି ଚଳଚଞ୍ଚଳ ହୋଇଉଠିଛି। ଆଜି କଟକର ଚୈ।ଧୁରୀ ବଜାର ନିକଟରେ ଥିବା ଚୁନଭାଟି ଗଳିର ପବିତ୍ର ଇସଲାମ ଧର୍ମ ପୀଠ “ଭୋଲେସା ବାବା” ଙ୍କ ପୀଠରେ ପାଳିତ ହେଉଛି ପବିତ୍ର ଜନ୍ମୋତ୍ସବ। ପ୍ରତିବର୍ଷ ପରି ଏହି ସ୍ଥାନ ଆଜି ଜନଗହଳିପୂର୍ଣ୍ଣ ହୋଇଯାଇଛି। କଟକ ସହରର ବିଭିନ୍ନ ସ୍ଥାନରୁ ସବୁ ଧର୍ମର ଲୋକ, ମହିଳାମାନେ ଛୁଟି ଆସିଛନ୍ତି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ଲାଗି। ଇସଲାମ ଧର୍ମର “ଭୋଲେସା ବାବା” ଙ୍କ ପାଖରେ ମୁସଲମାନ ଧର୍ମ ଗୁରୁ ପବିତ୍ର କୋରାନ୍ ପାଠ କରିବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି। ଏହି ପୀଠର ଏକ ମାହାତ୍ମ୍ୟ ରହିଛି ଯେ, ଏହି ପୀଠରୁ କେହି ଖାଲି ହାତରେ ଫେରି ନାହାନ୍ତି, ବହୁ ଦୁଃସାଧ୍ୟ ରୋଗର ଉପଶମ ସହ ଭୁତପ୍ରେତ ଭୟ ମଧ୍ୟ ଦୂର ହୁଏ। ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରାର୍ଥନା ସମାପ୍ତ ପରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଭୋଲେସା ବାବାଙ୍କ ପ୍ରସାଦ ବିତରଣ କରାଯାଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ସାହାଯ୍ୟର ହାତ ବଢ଼ାଇବା ସହ କଟକରେ ଭାଇଚାରାର ସମ୍ପର୍କ ଅତୁଟ ରହିବା ଲାଗି ବାବାଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!