ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଙ୍କ ଘର ଉପରକୁ ଆକ୍ରମଣ, ଗାଁ ରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ।

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆର ଙ୍କ ଘର ଉପରେ ସଙ୍ଘବଦ୍ଧ ଆକ୍ରମଣ ହୋଇଛି । ଆକ୍ରମଣ ର ଦୃଶ୍ୟ ସିସିଟିଭି ରେ କୟେଦ ହୋଇଛି । ଗତ କାଲି ସନ୍ଧ୍ୟା ସମୟରେ କିଛି ଲୋକ ସଂଘବୋଧ ଭାବେ ଅଚାନକ ଆସି ଶିବରାମ ସୁଆରଙ୍କ ଘର ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଘର ବାହାରେ ଯାହାସବୁ ଥିଲା ସେସବୁ କୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ସେହି ସମୟରେ ତାଙ୍କ ମାଆ ଆସି ପ୍ରତିରୋଧ କରିଥିବାରୁ ତାଙ୍କୁ ମଧ୍ୟ ଆଘାତ ଲାଗିଚି । ତେବେ କେଉ କାରଣରୁ ଏହା ଘଟିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଚାନ୍ଦିପୁଟ ଗ୍ରାମ ସମ୍ପୂର୍ଣ ପୋଲିସ ଛାଉଣୀ ହୋଇ ରହିଛି । ଏ ସମ୍ପର୍କରେ କାହାରିକୁ ଗିରଫ କରାଯାଇନଥିବା ବେଳେ ତଦନ୍ତ ପରେ ପ୍ରକୃତ ଦୋଷୀ ଓ କାରଣ ସାମ୍ନାକୁ ଆସିବ ବୋଲି ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା ଗାଁ ରେ ଶାନ୍ତି କିଭଳି ଫେରି ଆସିବ ଓ ଦୋଷୀ ମାନେ କିଭଳି ଗିରଫ ହେବେ ତାହା ଉପରେ ଶାନ୍ତି ପୂର୍ଣ୍ଣ ବୈଠକ ଏକ ବୈଠକ ହୋଇଥିଲା । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଘର ଉପରେ ସଂଘବୋଧ ଆକ୍ରମଣ ଘଟଣା ରେ ଗଜପତି ପୋଲିସ ୯ ଜଣ କୁ ଅଟକ ରଖି ପଚରାଉଚରା କରୁଛି।ଅନ୍ୟପଟେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ପୁରା ଗାଁ ରେ ଛାଉଣୀ। କିଭଳି ଶାନ୍ତି ଶୃଙ୍ଖଳା ଫେରିବ ସେଥିପାଇଁ ନିଜେ ଗଜପତି ଏସପି ଉପସ୍ଥିତ ରହି ତଦାରଖ କରୁଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!