ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ବଲାଙ୍ଗିର ରୁ ମୁନା ଗୌଡ଼ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ପାଟଣାଗଡ଼ ଓ ଖପ୍ରାଖୋଲ ବ୍ଲକରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ କିଛି କାର୍ଯ୍ୟର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ପାଟଣାଗଡ଼ ମଣ୍ଡିରେ ଧାନ ସରଂକ୍ଷଣ

ପାଇଁ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାର ଉଦଘାଟନ ସହିତ ଖପ୍ରାଖୋଲ ଗୁର୍ଜିଭଟା ଠାରେ ବ୍ଲକଲେଭେଲ ଷ୍ଟାଡିଅମ ର ଭିତ୍ତିପ୍ରସ୍ତରସ୍ଥାପନ, ଲାଠୋର ପଞ୍ଚାୟତ ହାଇୟର ସେକେଣ୍ଡାରୀ ସ୍କୁଲ ର ବାର୍ଷିକଉତ୍ସବରେ ଯୋଗଦେଇଥିଲେ ଓ ଖପ୍ରାଖୋଲ ଠାରେ ପୋଲିସ କ୍ଵାଟର ର ଶୁଭ ଉଦ୍ଘାଟନ କରିଥିଲେ। ପ୍ରତି ଗସ୍ତ ସମୟରେ ପାଟଣାଗଡ଼ ଅଞ୍ଚଳ ର ଉନ୍ନତି ପାଇଁ ପଦକ୍ଷେପ ନେଉ ଥିବାରୁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି।

