ରାୟଗଡା ରୁ ଦେବିପ୍ରସାଦ ମହାନ୍ତି ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ରାୟଗଡା ବ୍ଲକର କୁମୁତାଲପେଟା ପଂଚାୟତ ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ପ୍ଲମଇଂ ଦୋକାନରେ ଆଜି ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଇଲେକ୍ଟ୍ରିକ ଶର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ପ୍ରାୟ୧୦ରୁ ୧୨ ଲକ୍ଷ ଟଙ୍କାର ସମ୍ପତି ପଡି ନଷ୍ଟ ହୋଇଥିବା ସୂଚନା ମିଳିଛି । ଖବର ପାଇ ଦୋକାନ ମାଲିକ ମାନସ ଦଳପତି ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି କୋଲନାରା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ସେଠାକୁ ପହଞ୍ଚି ନିଆଁକୁ ଆୟତ କରିଥିଲେ, ତଥାପି ସମସ୍ତ ସାମଗ୍ରୀ ପୋଡି ହୋଇ ଯାଇଥିଲା।ଏହି ବଡ଼ କ୍ଷତି ଯୋଗୁଁ ଦୋକାନ ମାଲିକ ମାନସ ଦଳପତି ଗଭୀର ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଏବଂ ପ୍ରଶାସନ ପାଖରେ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି।

