ମୁରିବାହାଲ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ବିଡିଓ ବାସନ୍ତି ସେଠିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସରକାର ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଇନ ୨୦୦୫କୁ ବନ୍ଦ କରିଦେଇ ବିଭି-ଜୀରାମ-ଜୀ ଯୋଜନ ଚଳାଇଛନ୍ତି।ଏହି ନୂତନ ଆଇନ କୋଟି କୋଟି ଶ୍ରମିକଙ୍କ ଉପରେ ଡକାୟତି,ମେହନତି ଲୋକଙ୍କ ଉପରେ ଲାତ ଓ ଗରିବ ଲୋକଙ୍କର କାମ ମାଗିବାର ଅଧିକାରକୁ ଛଡେଇ ନେଇ ଯାଉଛି।ଏସସି/ ଏସଟି/ ଓବିସି ସମାଜର ଶ୍ରମିକ ମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରୁଛି।ମନରେଗା ଆଇନରେ ଶ୍ରମିକ ମଜୁରିର ସମ୍ପୂର୍ଣ୍ଣ ବଜେଟ କେନ୍ଦ୍ର ସରକାର ଦେଉଥିଲେ।

ନୁଆ ଆଇନରେ କେନ୍ଦ୍ର ସରକାର ୬୦% ବଜେଟ ଦେବେ ଏବଂ ୪୦% ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ।ଜିଏସଟି ଓ କେନ୍ଦ୍ରୀୟ ସେସ୍ ମାଧ୍ୟମରେ ପ୍ରତିବର୍ଷ ୫ ଲକ୍ଷ୍ୟ କୋଟି ଟଙ୍କା ଆଦାୟ କରିବା ପରେ ମଧ୍ୟ ରାଜ୍ୟ ମାନଙ୍କ ପାଖରେ ଟଙ୍କା ନାହିଁ। ରାଜ୍ୟ ଟଙ୍କା ଦେଇ ପାରିବେ ନାହିଁ, ଶ୍ରମିକ ରୋଜଗାର ପାଇପାରିବେ ନାହଁ।ତେଣୁ କେନ୍ଦ୍ର ସରକାର ବିଭି-ଜୀରାମ-ଜୀ ବିଲକୁ ପ୍ରତ୍ୟାହାର କରି ତୁରନ୍ତ ଐତିହାସିକ ମନରେଗା ଆଇନକୁ ପୁନଃ ସ୍ଥାପନ କରିବା ପାଇଁ କଂଗ୍ରେସ ଦଳ ତରଫରୁ ଦାବୀ କରାଯାଇଛି।ଦାବିପତ୍ର ଦେବା ସମୟରେ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ,ଡିସିସି ସମ୍ପାଦକ ଯଦୁପତି ଅଗସ୍ତି,ବିଭିଷଣ ମହାନନ୍ଦ,ସମିତି ସଭ୍ୟ ଭିମସେନ ବାଗ,ଜିତେନ ହାତୀ, ବିଷ୍ଣୁ ସାହୁ,ନରେନ୍ଦ୍ର ବନଛୋର, ବୁଲୁ ବିଶି,ଗୁରମେଲ ସିଂ ଭାଟିଆ,ସତ୍ୟ ହାତୀ, ମାଧବ ସାହୁ,ଯୁଧା ନାଗ ପ୍ରମୁଖ ଉପସ୍ଥିତ ଥିଲେ।ବିଡିଓଙ୍କ ଶ୍ରୀମତୀ ସେଠୀଙ୍କ ଅନୁପସ୍ଥିତିରେ ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ ଏହି ଦାବୀପତ୍ର ଗ୍ରହଣ କରିଥିଲେ।

