*କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଲାଞ୍ଜି ଗ୍ରାମ ରେ ୮ ମାସ ର ଗର୍ଭବତୀ ସ୍ତ୍ରୀ କୁ ସ୍ବାମୀ ସାଙ୍ଗ ସହ ମିଶି ହତ୍ୟା କଲା*

ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ କଳାହାଣ୍ଡି ଜିଲ୍ଲା ପ୍ରତିନିଧି କିଶନ ଶର୍ମା ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଜହ୍ଳାଦ ସ୍ବାମୀ ସାଙ୍ଗ ସହ ମିଶି ଗର୍ଭବତୀ ସ୍ତ୍ରୀକୁ ହତ୍ୟା ପରେ ଫାର୍ମ ହାଉସ ରେ ପୋତି ଦେଇଥିଲା।ଭବାନୀପାଟଣା ସଦର ଥାନା ସରଲାଞ୍ଜି ଗ୍ରାମ ର ଯୁବକ ଲଲିତ ପଟେଲ ନିଜ ସ୍ତ୍ରୀ ସହ ଭବାନୀପାଟଣା ସହରରେ ୨୦୨୩ ରହୁଥିଲେ। ହେଲେ ସ୍ବାମୀଙ୍କ ପରକିୟା ପ୍ରିତୀ ବିଷୟରେ ସ୍ତ୍ରୀ ଜାଣିବା ପରେ ଦୁଇଙ୍କ ମଧ୍ୟରେ ଗଣ୍ଡଗୋଳ ଥିଲା। ଯାହା କୁ ନେଇ ଲଲିତ ପୂର୍ବ ଯୋଜନା କରି ସାଙ୍ଗ ଦୁଷ୍ମନ୍ତ ଗଉଡ ସହ ମିଶି ୨୬ ଜାନୁଆରୀ ରାତି ୮ଟା ରୁ ୯ଟା ସମୟ ସଦର ଥାନା ଶ୍ରୀପୁର ଫାର୍ମହାଉସ କୁ ନେଇ ବେକରେ ରସି ସାହାଯ୍ୟରେ ହତ୍ୟା କରିଥିଲେ ।ଏହା ପରେ ମୃତ ଶରୀରକୁ ୨ ଫୁଟ ଗାତ ଖୋଲି ପୋତି ଦେଇଥିଲେ। ଗତ ସୋମବାର ଦିନ ଫାର୍ମ ହାଉସ ଜଗୁଆଳି ସଫା କରିବା ସମୟରେ ହାତ ଦେଖା ହେବାରୁ ପୋଲିସ କୁ ଖବର ଦେବା ପରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରବର୍ତ୍ତୀ ସମୟରେ ମୃତ ମହିଳାଙ୍କ ପରିବାର ଲୋକେ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ୧୨-୨-୨୦୨୬ରେ ଲଲିତ କୁ ଗିରଫ ପରେ ସହଯୋଗୀ ଦୁଷ୍ମନ୍ତ କୁ ମଧ୍ୟ କୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରେସନ ପରେ ଦୁଇ ଅଭିଯୁକ୍ତଙ୍କୁ ସଦର ଥାନାରେ ଅଟକ ରଖାଯାଇଛି।୧୩-୨-୨୦୨୬ କୋର୍ଟ ଚାଲାଣ କରାଯିବ ବୋଲି କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡୋ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!