ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ଼…
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡେରେସନ ମାନଙ୍କ ଦ୍ୱାରା ଦିଆଯାଯାଇଥିବା ୧୨ ଘଣ୍ଟିଆ ଦେଶବ୍ୟାପି ବନ୍ଦ ର ପ୍ରଭାବ ଆଜି ଟିଟିଲାଗଡ଼ ସହରରେ ବେଶ ଦେଖିବାକୁ ମିଳିଛି l ଚାରିଗୋଟି ଶ୍ରମ କୋର୍ଡ କୁ ରଦ୍ଦ କରିବା, ଭିବିଜି ରାମ ଜି ଆଇନ କୁ ରଦ୍ଦ କରି ପୂର୍ବ ରୁ ଜାରୀ ରହିଥିବା ଏମଜୀଏନ ଆର ଇଜିଏସ ନିୟମ କୁ କାର୍ଯ୍ୟକାରୀ କରିବା, ଜୀବିକା ମିଶନ ସ୍କିମ କୁ ୱାକର ମାନ୍ୟତା ପ୍ରଦାନ, ଶ୍ରମ ଶକ୍ତି ନିୟମ କୁ ପ୍ରତ୍ୟାହାର, ବିଦ୍ୟୁତ ସଂଶୋଧନ ବିଲ କୁ ରଦ୍ଦ କରିବା,

ବପାଚକ ପାଚିକା ମାନଙ୍କୁ ଆବଶ୍ୟକ ପାରିଶ୍ରମିକ ଆଦି ଦେବା ଦାବୀ ନେଇ ଆଜି ଟିଟିଲାଗଡ଼ ସହରର ଡି ଏ ଭି କଲେଜ ଛକ ନିକଟରେ ଜାତୀୟ ରାଜପଥ ୫୯ କି ଓଡିଶା ନିର୍ମାଣ ଶ୍ରମିକ ସଂଘ ସଭାପତି ଗୋପାଳ ଭୋଇ, କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ସଭାପତି, ପାଚିକା ସହାୟକ ସଂଘ ର ସଭାପତି ପାଣ୍ଡଵ ଭୋଇ, ଟ୍ରେଡ଼ ୟୁନିୟନ ସଭାପତି କମଳ ଭୋଇ ସମେତ ଶତାଧିକ ବାମପନ୍ଥୀ ଦଳ ର କର୍ମକର୍ତା, ସିପିଆଇ ର ସମର୍ଥକ ମାନେ ରାସ୍ତା ଅବରୋଧ କରିବା ସହିତ ତୁରନ୍ତ କେନ୍ଦ୍ର ସରକାର ଶ୍ରମିକ ମାରନନୀତି କୁ ବନ୍ଦ କରିବାକୁ ଦାବୀ କରିବା ସହିତ ଟିଟିଲାଗଡ଼ ସହର ରେ ବିକ୍ଷୋଭ ରେଲି ପ୍ରଦର୍ଶନ କରିଥିଲେ l

ସେପଟେ ଟିଟିଲାଗଡ଼ ସହର ସ୍ଥିତ ପେଟ୍ରୋଲପମ୍ପ ଛକ ରେ ଚୌକି ପକାଇ ରାସ୍ତା ଉପରେ ବସିବା ସହିତ କେନ୍ଦ୍ର ସରକାର ବିରୋଧ ରେ ଗର୍ଜିଥିଲେ l ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତା ତଥା ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ର ଦଳୀୟ ପ୍ରାର୍ଥୀ ସାଜିଥିବା ବୀରେନ୍ଦ୍ର ବାଗ ଙ୍କ ନେତୃତ୍ୱ ରେ ବ୍ଲକ କଂଗ୍ରେସ ସଭାପତି ଗଗନ ନାଗ, ନଗର କଂଗ୍ରେସ ସଭାପତି ରଞ୍ଜନ ଦାଶ, ବରିଷ୍ଠ କଂଗ୍ରେସ ନେତା ଜିଲ୍ଲା ଏସ ସି ଏସ ଟି ସେଲ ଅଧ୍ୟକ୍ଷ ଡମ୍ବରୁଧର ଛତ୍ରିଆ,ଜିଲ୍ଲା ଉପସଭାପତି ଦେବାନନ୍ଦ ସାହୁ, ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜୟସିଂ ତାଣ୍ଡି, ବିଚିତ୍ର ବାଗ, ଦୁର୍ଗା ସାହୁ, କୁନା ସାହୁ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l ଆନ୍ଦୋଳନ କାରି ମାନେ ସହରର ବିଭିନ୍ନ ସରକାରୀ ସ୍କୁଲ, ଅଫିସ କୁ ପିକେଟିଂ କରି ବନ୍ଦ କରିଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ସଂଘ ସମର୍ଥନ ଦେବା ସହ ଉଠା ଦୋକାନୀ, ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l ସବୁଠି ତାଲା ଝୁଲିଥିଲା l ସହରରେ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

