ମାତିଥିଲେ ଲୁଟେରା ମାଡି ବସିଲା ପୋଲିସ, ୧୦ ଗିରଫ..କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ୬ ଜଣ ନୟାଗଡ଼ ଜିଲାର, ୩ ଜଣ ବଲାଙ୍ଗୀର ଜିଲାର ଏବଂ ଚୋରି ସାମଗ୍ରୀ କିଣିଥିବା ଜଣେ ଅଭିଯୁକ୍ତ ଅଛନ୍ତି। ଗତ ୩୦ ଜାନୁଆରୀ ରାତିରେ ଚୁଡାପାଲି ମା ମଙ୍ଗଳା ଜୁଏଲରୀ ଦୋକାନରୁ ରୂପା ଓ ସୁନା ଅଳଙ୍କାର ଦୋକାନରୁ ଚୋରି ହୋଇଥିଲା। ଏନେଇ ସଦର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ବଲାଙ୍ଗୀର ଏସପି ଅଭିଳାଷ ଜି ଆଜି ଜିଲା ପୋଲିସ ମୁଖ୍ୟାଳୟରେ ଖବରଦାତା ସମ୍ମିଳନୀ କରି ଅଳଙ୍କାର ଲୁଟ୍‌ ଏବଂ ଡକାୟତି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଅଭିଯୁକ୍ତ ମାନେବଲାଙ୍ଗିର ଟାଉନ ଥାନା ସମେତ, ବଲାଙ୍ଗିର ସଦର ଥାନା ଏବଂ ଲୋଇସିଂହା ଥାନା ଅଞ୍ଚଳରେ ଲୁଟପାଟ୍‌ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!