ବିସ୍ଫୋରକ ପଦାର୍ଥ ରଖିଥିବା ଅଭିଯୋଗରେ ଟିଟିଲାଗଡ ପୋଲିସର ଚଢ଼ାଉ – ଜଣେ ଗିରଫ, କରାଗଲା କୋର୍ଟ ଚାଲାଣ।

ଟିଟିଲାଗଡ – ଟିଟିଲାଗଡ ପୋଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସ ଆଇ ତାରାବତି କିସାନଙ୍କ ନେତୃତ୍ୱରେ ଟିଟିଲାଗଡ ନିକଟସ୍ଥ ରାନାବନ୍ଧ ଗ୍ରାମର ବୃଷଭ ବେହେରାଙ୍କ ଚାଷ ଯୋଗ୍ୟ ଜମି ଭିତରେ ଥିବା ଅବୈଧ ଭାବେ ସଞ୍ଚିତ ବିସ୍ଫୋରକ ସାମଗ୍ରୀ ଓ ଅବୈଧ ବିସ୍ଫୋରଣ କାର୍ଯ୍ୟ ପାଇଁ ବ୍ୟବହୃତ ଗୋଟିଏ ଟ୍ରାକ୍ଟର ଜବତ କରିଛି ଟିଟିଲାଗଡ଼ ପୋଲିସ। ଅଭିଯୁକ୍ତ ବିସ୍ଫୋରକ ସଞ୍ଚୟ ପାଇଁ କୌଣସି ଲାଇସେନ୍ସ କିମ୍ବା ଅନୁମତି ପତ୍ର ଦେଖାଇ ନ ପାରିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ ଡି ପୀ ଓ ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପ୍ରଧାନି, ଥାନାଧିକାରୀ ଶ୍ରୀ ମନୋଜ କୁମାର ମୁଣ୍ଡା। ତେବେ ଜବତ ସାମଗ୍ରୀ ଗୁଡ଼ିକ ହେଲା ଗୋଟିଏ ଏଚଏମଟି ଟ୍ରାକ୍ଟର ସହ ଆକାଶୀ ରଙ୍ଗର ପୁରୁଣା କମ୍ପ୍ରେସର ମେସିନ୍,୦୭ଟି ଲୋହାର ଡ୍ରିଲ୍ ରଡ୍,୧ଟି ବେୟାରିଂ ବିଟ୍,
୧୧ଟି ଜେଲାଟିନ୍ ଜେଲ୍ ଷ୍ଟିକ୍।
୦୨ ମିଟର ଲାଲ୍ ରଙ୍ଗର ଡିଟୋନେଟିଂ ତାର,୧ ଟି ସିଲ୍ ଥିବା ପ୍ଲାଷ୍ଟିକ ବ୍ୟାଗ୍, ଯାହାରେ ୦୩ କେଜି ଅମୋନିୟମ ନାଇଟ୍ରେଟ୍ ରହିଥିଲା,୦୨ଟି ଇଲେକ୍ଟ୍ରିକ୍ ତାର ସହିତ ଡିଟୋନେଟର,
୧ଟି କଳା ରଙ୍ଗର ରେଡମି ମୋବାଇଲ୍ଫୋନ୍ ଓ ଅଭିଯୁକ୍ତଙ୍କ ଆଧାର କାର୍ଡ। ଏହି ମାମଲାରେ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍

Leave a Reply

Your email address will not be published. Required fields are marked *

error: Content is protected !!