ମେଗା କୃଷି ଋଣ ଅଭିଯାନ।

ନାରୀ ସଶକ୍ତିକରଣ ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଜଗତପୁର ପୋଡାବର ଠାରେ ଥିବା ଅମ୍ବିକା କନଭେନଶନ ଠାରେ ପୀର ବଜାର ଶାଖାର ବ୍ରାଞ୍ଚ ମ୍ୟାନେଜର ଙ୍କ ଅଧ୍ୟକ୍ଷତା ରେ ଏକ ମେଗା କୃଷି ଋଣ ଅଭିଯାନ ସମାବେଶ ଆୟୋଜନ ହୋଇଯାଇଛି। ଏହି ସମାବେଶରେ କଟକ ଜିଲ୍ଲା ର ପାଖାପାଖି ୧୦ ଟି ବ୍ୟାଙ୍କ ର ଶାଖା ପ୍ରବନ୍ଧକ ଏବଂ ଭୁବନେଶ୍ବରର କ୍ଷେତ୍ରୀୟ ପ୍ରମୁଖ ପଙ୍କଜ କୁମାର ଯୋଗ ଦେଇ କୃଷକମାନଙ୍କୁ କିପରି ବ୍ୟାଙ୍କ ମାଧ୍ୟମରେ ସ୍ୱଳ୍ପ ସୁଧରେ ଋଣ ଯୋଗାଇ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରିହେବ ସେଥିପାଇଁ ସେ ବିଭିନ୍ନ ଉପଦେଶ ଦେଇଥିଲେ। ସେପଟେ ଏହି ସମାବେଶରେ ୫୦ ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ମଧ୍ୟ ଯୋଗ ଦେଇଥିଲେ ଏବଂ କୃତିତ୍ୱ ହାସଲ କରିଥିବା ଶ୍ରେଷ୍ଠ ୧୦ ଟି ଗ୍ରୃପ କୁ ୨ଲକ୍ଷ ଟଙ୍କା ଠାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଭାବେ ନଗଦ ଚେକ୍ ପ୍ରଦାନ ମଧ୍ୟ କରାଯାଇଥିଲା। ଉକ୍ତ ମେଳାରେ 18 କୋଟି ଟଙ୍କା ଋଣ ସୋୟଂସହାୟିକା ଗୋଷ୍ଟି ମାନଙ୍କୁ ଦିଆଗଲା ।ଆଗାମୀ ଦିନରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ କୃଷି ଓ କୃଷକ ମାନଙ୍କ ଉନ୍ନତି ନିମନ୍ତେ ସଦା ସର୍ବଦା ଚେଷ୍ଟିତ ରହିବା ସହିତ ହାତ ବଢାଇବ ବୋଲି ପଙ୍କଜ କୁମାର ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!