*ବଲାଙ୍ଗୀର ଜିଲ୍ଲା ଭାରତ ସ୍କାଉଟ ଗାଇଡ ଓ ଜୁନିଅର ରେଡ଼କ୍ରସ ପକ୍ଷରୁ ଟିଟିଲାଗଡ଼ ଶିବରାତ୍ରିରେ ସେବା ଶିବିରସେବା ପାଇଁ ଦିନଟିଏ ଭକ୍ତ ପ୍ରଶଂସା କଲେ ଭାରତ ସ୍କାଉଟ ଗାଇଡ଼କୁ *
ଟିଟିଲାଗଡ଼ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଜିଲ୍ଲା ଭାରତ ସ୍କାଉଟ ଗାଇଡ ଓ ଜୁନିଅର ରେଡ଼କ୍ରସ ପକ୍ଷରୁ ଟିଟିଲାଗଡ଼ ପବିତ୍ର ଶିବରାତ୍ରି ମେଳାଠାରେ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା ଓ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ସମ୍ପାଦକ ପ୍ରଦୀପ ପାତ୍ରଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

ଏହି ସେବା ଶିବିରରେ ନିଦାଘ ତାତିରୁ ଉପଶମ ପାଇଁ ଭକ୍ତ ମାନଙ୍କ ପାଇଁ ଜଳଛତ୍ରର ବ୍ୟବସ୍ଥା, ମନ୍ଦିର ପାର୍ଶ୍ୱ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ଓ ଦୂରଦୁରାନ୍ତରୁ ଆସିଥିବା ଦର୍ଶନଭିଳାଷୀ ଭକ୍ତମାନଙ୍କ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥାରେ ସାହାଯ୍ୟ ଓ ଜୁନିଅର ରେଡକ୍ରସ ତରଫରୁ ଭକ୍ତମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଆଦି କରାଯାଇଛି l ଏହି ସେବା ଶିବିର ନିଜକୁ ତତ୍ପରଶୀଲ ହୋଇ ମେଳା ଶେଷ ପର୍ଯ୍ୟନ୍ତ ସେବା ଯୋଗେଇବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ଓ ଜିଲ୍ଲା ସ୍କାଉଟ ଓ ଗାଇଡ ସମ୍ପାଦକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି l ସ୍କାଉଟ ଡ଼ିଓସି ବିନୋଦ ମହାପାତ୍ରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଉଛି l

ଏହି ସେବା ଶିବିରରେ ଟିଟିଲାଗଡ଼ ବ୍ଲକର ସ୍କାଉଟ ଓ ଗାଇଡ଼ଙ୍କ ସମେତ ଗାଇଡ଼ ଡିଓସି ଜୟଶ୍ରୀ ପୋଢ଼,ପୂର୍ବତନ ଡିଓସି ନୀଳାଞ୍ଚଳ ଚିର୍ଗୁନ,ଜେଆରସିଓ ବିକାଶ ସାହୁ,ଶୁଭେନ୍ଦ୍ର ମହାନ୍ତି,ସୌମ୍ୟ ରଞ୍ଜନ ପାଣିଗ୍ରାହୀ,ପ୍ରାଧନ ଶିକ୍ଷକ ଗୋବର୍ଦ୍ଧନ ସାହୁ,ଦିଲୀପ ନାଏକ,ପଦ୍ମଜା ନନ୍ଦିନୀ ବହିଦାର, ରଞ୍ଜିତା ମିଶ୍ର, ପ୍ରଣତି ପାଣିଗ୍ରାହୀ,କାଞ୍ଚନଲତା ବାରିକ,ଦନାର୍ଦନପାଣ୍ଡେ,ସଂଜୀବ ସାହୁ,ବ୍ରାହ୍ମଣୀ ଦୀପ,ରାଜେନ୍ଦ୍ର ଧରୁଆ,ଟେକରାଜ ସାହୁ,ଅଶୋକ ଡୁଡୁକା ଯୋଗଦେଇ ଏହି ସେବା ଶିବିର କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି l

