ଟିଟିଲାଗଡ ରୁ ହରିଶଙ୍କର ବସ ସେବାର ଶୁଭ ଉଦ୍ଘାଟନ କଲା ପରେ ଟିଟିଲାଗଡ ବିଧାୟକ ନବୀନ ଜୈନ ନିଜେ ଡ୍ରାଇଭର ସିଟ୍ ରେ ବସି ବସ ଚଳାଇଲେ ଏବଂ ବସ ର ଅନ୍ୟ ପେଟ ନିଜର ଧର୍ମ ପତ୍ନୀ ଟିଟିଲାଗଡ ପୌରଧକ୍ଷା ମମତା ଦେବୀ ଜୈନ ବସି ଥିବା ବେଳ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦନ ଶତପଥୀ ଙ୍କ ସହିତ ପୌର ପରିଷଦ କର୍ମୀ ମନେ ଏବଂ ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ବସ ରେ ବସି ଥିଲେ, ଟିଟିଲାଗଡ କୁମୁଡ଼ା ପାହାଡ଼ ଧବଳେଶ୍ୱର ଶିବ ମନ୍ଦିର ରୁ ପୂଜା ଅର୍ଚ୍ଚନା କରି ସବୁଜ ପତକା ଦେଖାଇ ସେ ଠାରୁ ବହାରି ହାଟ ପଦା ପଡ଼ା ମାଇଷ୍ଟଦେବୀ ଘଣ୍ଟାଶୁଣି ଙ୍କ ପାଖରେ ବସ ଅଟକାଇ ବିଧାୟକ ମା ଙ୍କ ପାଖରେ ନଡ଼ିଆ ଭାଙ୍ଗି ମା ଘଣ୍ଟା ଶୁଣି ଙ୍କ ଆଶ୍ରିବାଦ ମାଗି ପୁଣି ରେଲୱେ ଓଭର ବ୍ରିଜ ଦେଈ ଟିଟିଲାଗଡ ଥାନା ଛକ ଦେଈ ସ୍ଵାଧୀନ ପଡ଼ାବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ନିଜେ ବସ ଚେଲେବା ବେଳ ବିଧାୟକ ଙ୍କ ଧର୍ମ ପତ୍ନୀ ପୌରଧକ୍ଷା ମମତା ଦେବି ଜୈନ ଟ୍ରାଫିକ ସମସ୍ୟା ର ଅନୁଧ୍ୟାନ କରି ଥିଲେ, ବିଗତ ୪୦ ବର୍ଷ ପୂର୍ବେ ବିଧାୟକ ନିଜେ ଟ୍ରକ୍ ମଧ୍ୟ ଚଳାଉ ଥିଲେ, ବିଧାୟକ ନବୀନ ଜୈନ ଙ୍କ ଧର୍ମ ପତ୍ନୀ ଗୋଟିଏ ପଟେ ବସି ଥିବା ବେଳେ ବିଧାୟକ ବସ ଚଳାଉ ଥିବା ଏବଂ ସାମନା ସିଟ୍ ରେ ପୌରଧକ୍ଷା ମମତା ଦେବି ଜୈନ ବସି ଥିବା ସମୟରେ କହିଲେ ୪୦ ବର୍ଷ ର ପୁରୁଣା ସ୍ମୁତି ମନେ ପଡିଗଲା ଏବଂ ଅନେକ ଖୁସି ଅନୁଭବ କରୁ ଥିଲି ତାଙ୍କର ମୁହଁର ହସ ଦେଖିଲେ ଜଣା ପଡୁ ଥିଲା, ଏହୀ ସମୟରେ ଟିଟିଲାଗଡ ର ଟ୍ରାଫିକ ସମସ୍ୟା ନିଜେ ବିଧାୟକ ଜାଣି ପାରିଲେ ତେଣୁ ଆଗାମୀ ଦିନରେ ରାସ୍ତା ଚଉଡ଼ା କେମିତି ହେବ ଟିଟିଲାଗଡ ବାସି କେମିତି ଟ୍ରାଫିକ ସମସ୍ୟା ଦୂର ହେବ ସେଥି ପ୍ରତି ଦୃଷ୍ଟି ରେ ରଖି ଆଗାମୀ ଦିନରେ ତାହା କାର୍ଯ୍ଯ ରୁପରେ ପରିଣତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ତିଆରି କରିବା ପାଇଁ ଆଦେଶ ଦେଈ ଅଛନ୍ତୁ,
