ରାୟଗଡା ଜିଲ୍ଲାରେ ୩ଟି ସ୍ଥାନରେ ମାଓବାଦୀଙ୍କ ପୋଷ୍ଟରକୁ ନେଇ ଜିଲ୍ଲା ପୋଲିସ ଦ୍ବନ୍ଦ୍ବରେ ପଡ଼ିଥିଲା। ଗତ ଫେବୃଆରୀ ୭ ତାରିଖ ଜିଲାରେ ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ l ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିବା ପୁଲିସ ପାଇଁ ଏକ ବଡ଼ ଆହ୍ବାନ ଥିଲା । ପୋଷ୍ଟର ଗୁଡିକ ପ୍ରକୃତରେ ମାଓବାଦୀଙ୍କ ଦ୍ବାରା ଲଗାଯାଇଥିଲା ନା ଆଉ କେହି ପୋଷ୍ଟର rଲଗାଇଥିଲେ ତାହାର ଖୋଳତାଡ ପୁଲିସ କରିଥିଲା। ଜିଲାର ସୀମାରେ ଥିବା ତନଖ୍ ଫାଟକଗୁଡ଼ିକରେ ପୁଲିସ ପକ୍ଷରୁ ତନଖ୍ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ପୋଷ୍ଟର ମରା ଘଟଣାରେ ଆଜି ଦୁଇଜଣ ନକଲି ମାଓବାଦୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ସାମ୍ବାଦିକ ସମେତ୨ ନକଲି ୱେବ୍ ଚ୍ୟାନେଲର ସାମ୍ବାଦିକ ଅନୁବ୍ରତ ବାରା ଓରଫ୍ ରଞ୍ଜୁ ଓ ଅନ୍ୟଜଣେ କାଶୀପୁର ଥାନା କଞ୍ଜାମମାଣ୍ଡି ଗ୍ରାମର ବଲି ମାଝୀ। ୧୩ ତାରିଖରେ ଜିଲାର ତିନୋଟି ସ୍ଥାନରେ ଲାଗିଥିଲା ମାଓ ବ୍ୟାନର। ଏଥିରେ ବିଭିନ୍ନ କମ୍ପାନୀକୁ ଦିଆଯାଇଥିଲା ଧମକ। ବଲି ମାଝୀ ଏଥିପୂର୍ବରୁ ନକ୍ସଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ମାଓ ପୋଷ୍ଟର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ଏହି ଦୁଇଜଣଙ୍କୁ ଗିରଫ କରାଯାଇଥବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଧର ସୂଚନା ଦେଇଛନ୍ତି।
