ଚାଲିଛି ଶିବରାତ୍ରି ମେଳା ,ହେଲେ ଟିଟିଲାଗଡ ରେଳଷ୍ଟେସନ ସମ୍ମୁଖ ରେ ଖୁଲମ ଖୁଲା ରାତି ଅଧରେ ବିକ୍ରି ହେଉଛି ଦେଶୀ ମଦ |

ଟିଟିଲାଗଡ :(ସନ୍ତୋଷ ପଟ୍ଟନାୟକ )ବର୍ତ୍ତମାନ ଶିବରାତ୍ରି ଚାଲୁଥିବା ବେଳେ ଶିବରାତ୍ରି ଅବସର ରେ ଚାଲିଛି ଟିଟିଲାଗଡ ରେ ଶିବରାତ୍ରି ମେଳା |ଯେଉଁଠି ବିଦେଶୀ ମଦ ଦୋକାନ ବନ୍ଦ ଥିବା ବେଳେ ସେଠାରେ ଟିଟିଲାଗଡ଼ ରେଳ ଷ୍ଟେସନ ସମ୍ମୁଖରେ ଖୁଲମ ଖୁଲା ଭାବରେ ବିକ୍ରି ହେଉଛି ଦେଶୀ ପାଉଚ |ଏପରିକି ଦେଶୀ ପାଉଚ ର ଗ୍ରାହକ ଙ୍କ ମଧ୍ୟ ଯିବା ଆସିବା ଲାଗି ରହିଛି |ପରିତାପ ର ବିଷୟ ଏହି କି ଯେ ଟିଟିଲାଗଡ଼ ରେ ଶିବ ରାତ୍ରି ମେଳା ଦେଖିବାକୁ ଟ୍ରେନ ଯୋଗେ ଲୋକ ଆସୁଥିବା ବେଳେ ଏହି ରାସ୍ତା ଦେଇ ସାଧାରଣ ଜନତା ମଧ୍ୟ ଯିବା ଆସିବା କରୁଥିବା ବେଳେ ନିଶାସକ୍ତ ଅବସ୍ଥା ରେ ଏଠାରେ କିଛି ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି |ଯଦି ଏପରି ହୁଏ ତେବେ ଏହା ପାଇଁ କିଏ ଦାୟୀ ରହିବ ବୋଲି ସାଧାରଣ ରେ ପ୍ରଶ୍ନ ହେଉଛି |ଏଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ନେଇ ସାଧାରଣ ରେ ଚର୍ଚା ହେଉଛି |

Leave a Reply

Your email address will not be published. Required fields are marked *

error: Content is protected !!