*ମୁରିବାହାଲ୍ ବ୍ଲକ୍ ସ୍ତରୀୟ କୃତି ଛାତ୍ର/ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସମାରୋହ ୨୦୨୫-୨୬ ଅନୁଷ୍ଠିତ*

ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟ, ମୁରିବାହାଲ୍ ଆନୁକୂଲ୍ୟରେ ବ୍ଲକ୍ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ପ୍ରତିଭାବାନ କୃତି ଛାତ୍ର/ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ଶାନ୍ତନୁ କୁମାର ପଢ଼ିହାରିଙ୍କ ପ୍ରଚେଷ୍ଟା ତଥା ସଭାପତିତ୍ୱରେ ଏକ ପ୍ରଶଂସନୀୟ ନୂତନ ପ୍ରୟାସ ଯାହା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ମୁରିବାହାଲ ପ୍ରାଙ୍ଗଣରେ ଏକ ସମାରୋହ ମାଧ୍ୟମରେ ସମସ୍ତ କୃତି ଛାତ୍ର/ଛାତ୍ରୀ ଏବଂ ସେହି ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ଏକାଠି ନିମନ୍ତ୍ରିତ କରିବା ସହିତ ତାଙ୍କୁ ଉତ୍ସାହିତ କରିବା ସକାଶେ ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l

ଏହି ସମ୍ବର୍ଦ୍ଧନା ସମାରୋହରେ ମୁରିବାହାଲ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମୟୀ ପୂର୍ଣ୍ଣିମା ବୈଠାରୁ ମହାଶୟା ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରି ନିଜର ଛାତ୍ର ଜୀବନର ସ୍ମୃତି ଚାରଣ କରି ଛାତ୍ର/ଛାତ୍ରୀ ମାନଙ୍କୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଦେଇଥିଲେ, ଏହି ମଞ୍ଚରେ ସଂମ୍ମାନିତ ଅତିଥି ଭାବରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ତିନି ଜଣ ଅତିରିକ୍ତ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଭୋଇ ମହୋଦୟ, ଶ୍ରୀଯୁକ୍ତ କାନ୍ତାରାମ୍ ଧାରୁଆ ମହୋଦୟ, ଶ୍ରୀଯୁକ୍ତ କୋଦଣ୍ଡଧର ଭୋଇ ମହୋଦୟ,

ମୁରିବାହାଲ୍ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ ନାଗ୍ ମହୋଦୟ, ମୁରିବାହାଲ୍ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ହୃଷିକେଶ୍ ଶିକା ମହୋଦୟ ମଞ୍ଚାସିନ ରହି ଛାତ୍ର/ଛାତ୍ରୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଉଦ୍ଦେଶ୍ୟ ମୂଳକ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ ସହିତ ଛାତ୍ର/ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନିମନ୍ତେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ସହିତ ଶିକ୍ଷକ ଗଣ ବିଭିନ୍ନ ବିଭାଗରେ ଦାୟିତ୍ୱ ଭାର ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳତାର ରୂପ ଦେଇଥିଲେ l ମଞ୍ଚ ସଂଯୋଜନା ଶ୍ରୀ ଲିଲୁ ପଧାନ କରିଥିଲେ l ଏହି କାର୍ଯ୍ୟକ୍ରମର ଶେସାର୍ଦ୍ଧରେ ମୁରିବାହାଲ୍ ଆଞ୍ଚଳିକ ସାଧନ କର୍ମୀ ଶ୍ରୀଯୁକ୍ତ ହୃଷିକେଶ୍ ଶିକା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ବାସ୍ତବିକ ଆଜିକାର ଏହି କାର୍ଯ୍ୟକ୍ରମଟି ବହୁ ପ୍ରଶଂସନୀୟ ଏବଂ ଉଚ୍ଚ କୋଟିର ହୋଇଥିଲା l

Leave a Reply

Your email address will not be published. Required fields are marked *

error: Content is protected !!