T 20 ଭଳି ଫଟାଫଟ ସେକ୍ସ, ତତ୍କାଳ ପ୍ରସ୍ଥାନ।

ବଲାଙ୍ଗିର ରୋଡ଼ ରେଳ ଷ୍ଟେସନ ନିକଟ ଏକ କୋଠା ଘରେ ସେକ୍ସ ରାକେଟ ଠାବ।ଦୀର୍ଘଦିନ ହେବ ଏହି ଘରେ ସେକ୍ସ ରାକେଟ ଚାଲିଥିବା ଖବର ପାଇଁ ମାଡି ବସିଥିଲା ବଲାଙ୍ଗିର ଟାଉନ ପୋଲିସ।ସେହି ଘରୁ ଦୁଇ ଜଣ ଦେହଜିବୀ ସହ ୩ ଜଣ ଗ୍ରାହକ ଓ ଘର ମାଲିକ କୁ ଉଠାଇ ଆଣି ଟାଉନ ଥାନାରେ ଅଟକ ରଖି ପଚାର ଉଚରା କରୁଛି ପୋଲିସ।ଅଟକ ଦୁଇ ଜଣ ଦେହ ଯିବି ମଧ୍ୟରୁ ଜଣେ ପଶ୍ଚିମ ବଙ୍ଗ ଓ ଅନ୍ୟ ଜଣେ ଓଡିଶା ଅନୁଗୁଳ ଅଂଚଳର ବୋଲି ଜଣାପଡିଛି। ଅଟକ ୩ ଜଣ ଗ୍ରାହକ ବଲାଙ୍ଗୀର, ଲୋଇସିଂହା ଓ ପୁଇଁତଲା ଅଞ୍ଚଳର।

ସୁଦପଡା ରେଳ ଫାଟକ ନିକଟକୁ ଲାଗି ରହିଥିବା ଦୁଇ ମହଲା କୋଠା ଘରକୁ ଯୁବକ ଯୁବତୀ ଏବଂ କିଛି ଅଜଣା ବ୍ୟକ୍ତି ନୀତିଦିନ ଯିବା ଆସିବା ବଢିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଧେହ ସୃଷ୍ଟି ହୋଇଥିଲା। ଏଠି ଫଟାଫଟ କ୍ରିକେଟ ଭଳି ଦେହ ବ୍ୟବସାୟ ଚାଲିଛି ବୋଲି ଜାଣିବାକୁ ପାଇଥିଲେ ଓ ଟାଉନ ଥାନାକୁ ଖବର ଦେଇଥିଲେ। ପୋଲିସ ଅନ୍ଧାର ରାତିରେ ଚଢ଼ାଉ କରିବା ପରେ ସେହି କୋଠାରୁ ପଶ୍ଚିମବଙ୍ଗର ଜଣେ ଓ ଓଡ଼ିଶାର ଜଣେ ଯୁବତୀ ଙ୍କ ସହ ୩ ଜଣ ଯୁବକ ଆପତ୍ତି ଜଣକ ଅବସ୍ଥାରେ ଥୁବା ଦେଖିବାକୁ ପାଇଥିଲା। ଏହି ଚଢ଼ାଉ ସମୟରେ ଅଞ୍ଚଳ ବାସି ସେହି ଘର ସମ୍ମୁଖକୁ ଆସି ଦାବି କରିଥିଲେ, କୋଠା କୁ ସିଲ କରିବା ସହ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ। ଘର ମାଲିକ ରାଜ୍ୟ ତଥାରାଜ୍ୟ ବାହାରୁ ଯୁବତୀ ମାନଙ୍କୁ ଆଣି ଏହି ଦେହ ବ୍ୟବସାୟ ରାକେଟ ଚଳାଉ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘର ମାଲିକ କୁ ପଚାର ଉଚରା ପରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଟାଉନ ଥାନା ଅଧିକାରୀ ଅବନୀ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!