ଟିଟିଲାଗଡ ରେ ଗଂଜେଇ ଚାଲାଣ ସମୟରେ ମାଡି ବସିଲା ପୋଲିସ |

ଟିଟିଲାଗଡ ରେ ମହା ଶିବରାତ୍ରି ମେଳା ଚାଲି ଥିବା ବେଳେ ନୂଆ ଷ୍ଟାଇଲ ରେ ଚାଲାଣ ହେଉଥିଲା ଗଂଜେଇ, ପୋଲିସ ଆଖିରେ ଧୂଳି ଦେବା ସହ ସମସ୍ତ ଙ୍କୁ ମାତ ଦେଇ ଚାଲାଣ ହେଉଥିଲା ଗଂଜେଇ.. ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଂଚଳ ର ଚାରି ଜଣ ଗଂଜେଇ ମାଫିଆ ବାଇକ ର ସିଟ ଭିତରେ ଗଂଜେଇ ରଖି ଆରାମ ରେ ସହର ନିକଟସ୍ଥ ଝାରଦେବନ୍ଦ ଜଙ୍ଗଲ ରେ ରହିଥିଲେ l ଟିଟିଲାଗଡ଼ ପୋଲିସ ପାଖରେ ଖବର ଆସିଥିଲା ଯେ ବଡ଼ ଧରଣର ଗଂଜେଇ ଚାଲାଣ ହେଉଛି, ପୋଲିସ ଝାରଦେବନ୍ଦ ଜଙ୍ଗଲ ରେ ତାଲାସ କରିବା ପରେ କିଛି ମିଳି ନ ଥିଲା.. ହେଲେ ବାଇକ ର ସିଟ ଉପରେ ବସିଥିବା ଗଂଜେଇ ମାଫିଆ ମାନଙ୍କୁ ସିଟ ଛାଡ଼ିବା ପାଇଁ କହିବା ସହ ସିଟ ର କଭର କୁ କାଢି ଦେଖିବା ମାତ୍ର କୁ ସିଟ ଭିତରେ ବ୍ୟାଗ ବ୍ୟାଗ ଗଂଜେଇ ବାହାରି ଥିଲା l ଦେଖନ୍ତୁ କେମିତି ସିଟ କୁ ଗଂଜେଇ ଚାଲାଣ କରିବା ପାଇଁ ନୂଆ ରୂପ ଦିଆଯାଇଛି l କେବଳ ସିଟ ରୁ ନୁହେଁ ବାଇକ ର ଡ଼ିକି ଏବଂ ଜରି ବ୍ୟାଗ ଭିତରୁ ମଧ୍ୟ ପୁଳା ପୁଳା ଗଂଜେଇ ବାହାରୁଛି l ଏନେଇ ଟିଟିଲାଗଡ଼ ପୋଲିସ ତିନୋଟି ବାଇକ ସମେତ ଚାରି ଜଣ ଗଂଜେଇ ମାଫିଆ ଙ୍କୁ ଅଟକ ରଖି ଆହୁରି ଅଧିକ ତଦନ୍ତ ଆରମ୍ଭ କରିଛି l କେଉଁଠାରୁ ଗଂଜେଇ ଆସିଥିଲା, କିଏ ଗଂଜେଇ ପଠାଇଥିଲା, କେଉଁ ଅଂଚଳ କୁ ଚାଲାଣ ହେଉଥିଲା ତାହା ତଦନ୍ତ ପରେ ସାମ୍ନା କୁ ଆସିବ ବୋଳି ଟିଟିଲାଗଡ଼ ଏସ ଡି ପି ଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି , ଆଇଆଇସି ମନୋଜ କୁମାର ମୁଣ୍ଡା, ଏଏସ୍ ଆଇ କିରନ୍ ଜାନି, ଏ ଏସ କାର୍ତ୍ତିକ ପ୍ରଧାନ ଏବଂ ଅନେକ ପୋଲିସ କର୍ମୀ ଉପସ୍ଥିତ ରହି ଥିଲେ
ଟିଟିଲାଗଡ ପୋଲିସ୍ ସଦା ସର୍ବଦା ତତ୍ପରତା ର ସହିତ ନିଜର କର୍ତ୍ତବ୍ୟ କରି ଚାଲି ଥାଏ, ତେଣୁ ଟିଟିଲାଗଡ ବାସି ଶାନ୍ତି ରେ ଜୀବନ ଜାପାନ କରି ଥାଆନ୍ତି
ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍

Leave a Reply

Your email address will not be published. Required fields are marked *

error: Content is protected !!