ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ଼… ଦୀର୍ଘ ଦେଢ଼ ବର୍ଷ ର ବ୍ୟବଧାନ ପରେ ରାଜ୍ୟ ସରକାର ବିଭିନ୍ନ କୋର୍ଟ ରେ ନୃତନ ସରକାରୀ ଓକିଲ ମାନଙ୍କୁ ନିଯୁକ୍ତି ଦେଇଛନ୍ତି l ଏହି କ୍ରମରେ ଟିଟିଲାଗଡ଼ ର ବିଭିନ୍ନ କୋର୍ଟ ପାଇଁ ନୃତନ ଭାବରେ ସରକାରୀ ଓକିଲ ମାନଙ୍କୁ ନିଯୁକ୍ତି ଦିଆଯାଇଛି l ଏ ଡି ଜେ କୋର୍ଟ ରେ ଏ ଜି ପି ଭାବରେ ହନୁମାନ ବୀର କର୍ଣ୍ଣ, ଏ ପି ପି କମ୍ଭୁପାଣି ପାଢ଼ୀ ଙ୍କୁ ନିଯୁକ୍ତି ମିଳିଥିବା ବେଳେ ସ୍ପେଶାଲ ପି ପି ଏନ ଡି ପି ଏସ ପ୍ରଦୀପ ମହାପାତ୍ର, ସ୍ପେଶାଲ ପି ପି ଏସ ସି ଏସ ଟି ଆକ୍ଟ ଡମ୍ବରୁଧର କର୍ମୀ, ସିଭିଲ କୋର୍ଟ (ସିନିୟର ଡିଭିଜନ) ଏ ଜି ପି କ୍ଷୀରସିନ୍ଧୁ ସାହୁ,ଏସୋସିଏଟ ଲୟର ରାଜେଶ କୁମାର ବାବୁ , ସିଭିଲ ଜଜ ( ଜୁନିଅର ଡିଭିଜନ )/ ଏସ ଡି ଜେ ଏମ ରେ ଆସିଷ୍ଟାଣ୍ଡ ପି ପି ତନୟ ଠାକୁର, ଗୋଳାଶ୍ରୀ ନଳିନୀ ରଞ୍ଜନ ଶତପଥି, ଜେ ଏମ ଏଫ ସି କୋର୍ଟ ରେ ଆସିଷ୍ଟାଣ୍ଡ ପି ପି ପ୍ରୀତିମନ ନାଗ, ସଂନ୍ଧ୍ୟାରାଣୀ ଥାପା, ଉପଜିଲ୍ଲାପାଳ ଙ୍କ କୋର୍ଟ ରେ କିଶୋର ମହାପାତ୍ର ଏବଂ ତହସିଲ କୋର୍ଟ ରେ ଆଲୋକ ନାୟକ ଙ୍କୁ ସରକାରୀ ଓକିଲ ଭାବରେ ନିଯୁକ୍ତି ଦିଆଯାଇଛି l ଏନେଇ ଆଜି ଟିଟିଲାଗଡ଼ ବାର ସଭା ଗୃହ ରେ ଉତ୍କଳ ଗୌରବ ବାରିଷ୍ଠର ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଟିଟିଲାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ପୂର୍ବତନ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦିଲୀପ ପୁରୋହିତ, ଓ ୟୁ ଜେ ଟିଟିଲାଗଡ଼ ଶାଖା ସମ୍ପାଦକ ସଞ୍ଜୟ ବେହେରା, ସାମ୍ବାଦିକ ଅଶୋକ ତ୍ରିପାଠୀ, ମନୋଜ ଶତପଥି, ଜିତୁ ସାହୁ, ତୀର୍ଥଙ୍କର ପଟେଲ ପ୍ରମୁଖ ନବ ନିଯୁକ୍ତ ସରକାରୀ ଓକିଲ ମାନଙ୍କୁ ପୁଷ୍ପଗୁଚ୍ଛ ତଥା ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l

