ଟ୍ରେନ ଧକା ରେ କୋଟି ସଂସ୍କୃତ ଶିକ୍ଷକ ଙ୍କ ମୃତ୍ୟୁ |

ରାୟଗଡା:- ରାୟଗଡା ଜିଲ୍ଲା ରେ ଏକ ଦୁଃଖଦ ଘଟଣା ଘଟିଛି। ପଞ୍ଚାନନ ଚୌଧୁରୀ ଯିଏ କି ଜେମାଦେଇ ପେଣ୍ଡ ଅଞ୍ଚଳର କଳିଙ୍ଗା ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଥୂଲେ, ସେ ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି।ସୂଚନା ଅନୁସାରେ, ପ୍ରତିଦିନର ଭଳି ଆଜି ସକାଳେ ସେ ଘରୁ ବାହାରି ସ୍କୁଲକୁ ଯାଇଥିଲେ ଏବଂ ସ୍କୁଲ ପ୍ରାଙ୍ଗଣରେ ନିଜ ବାଇକ୍ ରଖୁଥିଲେ। ତା’ପରେ ସେ ଜମା ଦେଇ ପେଣ୍ଟ ରେଲୱେ ଲେଭେଲ କ୍ରସିଂ ନିକଟକୁ ଯାଇଥିବା କୁହାଯାଉଛି। ସେଠାରେ ରେଲ ଲାଇନ୍ ପାଖ ଏକ ସୁଇସାଇଡ୍ ନୋଟ୍ ରଖ୍, ତା’ପରେ ଏକ ଛୋଟ ପଥର ଓ ନିଜ ପଢ଼ା ଚିଠି ରଖୁଥ‌ିବା ଦେଖାଯାଇଛି। ପରେ ସେ ଚାଲୁଥିବା ଟ୍ରେନ୍ ଆଗରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ସୂଚନା ପାଇ RPF ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ଏବଂ ସୁଇସାଇଡ୍ ନୋଟ୍ ଜବତ କରି ତଦନୁ ଆରମ୍ଭ କରିଛନ୍ତି। ଆତ୍ମହତ୍ୟାର କାରଣ ସ୍ପଷ୍ ହୋଇନଥିବା ବେଳେ, ପୁଲିସ ଏହାର ସବିଶେଷ ତଦନୁ କରୁଛି।ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟାଖେଳି ଯାଇଛି I

Leave a Reply

Your email address will not be published. Required fields are marked *

error: Content is protected !!