(HPV) ଟୀକାକରଣ ରାୟଗଡାଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଉନ୍ମୋଚନ |

ରାୟଗଡା  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜରାୟୁ ଗ୍ରୀବା କର୍କଟ ବା ସର୍ଭାଇକାଲ୍ କ୍ୟାନ୍ସର ଟୀକାକରଣ ର ଉନ୍ମୋଚନ ହୋଇଥିଲା ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଆପୋଲ ସ୍ଵମୀ କାର୍ଡକା, ସଂlସଦ ସପ୍ତଗିରି ସଙ୍କର ଉଲାକା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ CDMO ସୋରଜିନି ଦେବୀ ଉପସ୍ଥିତ ରହି ଆଜି ୫ଜଣ ଙ୍କୁ ଟୀକା କରଣ କରାଯାଇଥିଲା ଏହି ଟୀକା୧୪ ରୁ ୧୫ ବର୍ଷ ସୁସ୍ଥ କିଶୋରୀ ମାନଙ୍କ ଦ୍ୱରା ଏହା ମୁଖ୍ୟତଃ HPV ସଂକ୍ରମଣ ଦ୍ୱାରା ହୋଇଥାଏ । ଭାରତରେ ମହିଳାମାନଙ୍କର ମଧ୍ୟରେ ଦେଖାଯାଉଥିବା ବିଭିନ୍ନ କର୍କଟ ରୋଗ ମଧ୍ୟରୁ ଏହା ଦ୍ୱିତୀୟ ସ୍ଥାନରେ ଅଛି । ପାଖାପାଖୁ ୯୯.୭% ରୋଗୀ ଜରାୟୁ ଗ୍ରୀବା କର୍କଟ ଏହି HPV ଭୂତାଣୁ ଯୋଗୁଁ ହୋଇଥାଏ  ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣରୁ ସୁରକ୍ଷା ଦେଇଥାଏ।HPV ଟୀକାର ଏହି ଟୀକା ୦.୫ ମିଲି ପରିମାଣରେ ବାମ ହାତର ଉପରି ଭାଗରେ ମାଂସପେଶୀରେ ଦିଆଯାଏ । ବର୍ତମାନ ଗୋଟିଏ ଡୋଜ୍ ବା ମାତ୍ରା ଯଥେଷ୍ଟ ସୁରକ୍ଷା ପ୍ରଦାନ କରେ ।ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କାର୍ଯ୍ୟରତ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମ ହୋଇଥିଲl ରାୟଗଡା ରୁ ଦେବୀପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ଲାଇଭ l

Leave a Reply

Your email address will not be published. Required fields are marked *

error: Content is protected !!