ଟିଟିଲାଗଡ଼ ଠାରେ ଆୟୋଜିତ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲଡିଂ ଚାମ୍ପିଅନସିପରେ ଉତ୍କଳ ଶ୍ରୀ ୨୦୨୬ ହେଲେ ପୁରୀର ଜଗନ୍ନାଥ ଖୁଣ୍ଟିଆ |

ଟିଟିଲାଗଡ଼ – ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆରେ ସହିଦ ଜୀମନାସୀୟମ୍ ତରଫରୁ ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲ୍ଡିଙ୍ଗ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ବଡି ଵିଲ୍ଡିଂ ଆସୋସିଏସନର ସମ୍ପାଦକ ପ୍ରସନ୍ନ ମହାସୁଆର, ସହ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ, ସହିଦ ଜୀମ ନାସୀୟମର ସଭାପତି ଶ୍ରୀଯୁକ୍ତ ରବି କିରଣ ସ୍ୱାଇଁ ଏବଂ ଉପଦେଷ୍ଟା କମ୍ବୁ ପାଣି ପାଢ଼ୀ ମଞ୍ଚାସିନ ହୋଇଥିଲେ। ତାପରେ ବିର ହନୁମାନ,ମା ଭାରତୀଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ ସନତ ପାଢ଼ୀ।ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ନିଜର ଦମଦାର ପ୍ରଦର୍ଶନ କରିଥିବା ପୁରୀର ଶ୍ରୀ ଜଗନ୍ନାଥ ଖୁଣ୍ଟିଆ ଉତ୍କଳ ଶ୍ରୀ ୨୦୨୬ ର ବିଜେତା ହୋଇଛନ୍ତି। ଉତ୍କଳ ଶ୍ରୀ ପ୍ରତିଯୋଗିତା ଅନୁଷ୍ଠିତ ହେବା ପୂର୍ବରୁ ୫୦ କିଲୋଗ୍ରାମ ଓଜନ ଠାରୁ ୧୦ ଟି ଶ୍ରେଣୀ ଓଜନର ଶ୍ରେଣୀ ରହିଥିଲା। ବିଭିନ୍ନ ବିଭାଗର ପ୍ରତିଯୋଗୀ ନିଜ ନିଜର ସୁନ୍ଦର ସ୍ବାସ୍ଥ୍ୟ ପ୍ରଦର୍ଶନ କରିଥିବା ବେଳେ ତଳେ ମୁଖ୍ୟ ଅତିଥି ଙ୍କ ସହ ଅନ୍ୟ ଅତିଥି ମାନେ ଏହି ପ୍ରତିଯୋଗିତା ଦେଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶ୍ରୀବତ୍ସ ବେହେରା, ବିଜେପି ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଷଡ଼ଙ୍ଗୀ, ବିଜେପି ଉପସଭାପତି ଲିଙ୍ଗରାଜ ନାୟକ,ବିଜେପି ନେତା ମୁକେଶ କୁମାର ଜୈନ, ନଗର ସଭାପତି ସୁନିଲ ଆଚାର୍ଯ୍ୟ, ଟିଟଲାଗଡ ବିକାସ ସେନା ଇଞ୍ଜିନିୟର ଅମ୍ଳାନ ଷଡ଼ଙ୍ଗୀ ଙ୍କ ସମେତ ଅନ୍ୟାନ୍ୟ କର୍ମ କର୍ତ୍ତା ସାମିଲ ହୋଇଥିଲେ। ତେବେ କିଛି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରି ଫେରି ଥିଲେ ମୁଖ୍ୟ ଅତିଥି। ତେବେ ମୁଖ୍ୟ ଅତିଥି ଯିବା ପରେ ଆଉ ବିଭିନ୍ନ ବର୍ଗର ଓଜନ ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିଲା। ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଅନେକ ସାମ୍ବାଦିକ ମାନଙ୍କୁ ସମ୍ମାନୀତ କରିବା ସହିତ ଶ୍ରୀ କ୍ଷେତ୍ର ଲାଇଭ ର ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ମଧ୍ୟ ସମ୍ମାନୀତ କରି ଥିଲେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ,ଶେଷରେ ବିଭିନ୍ନ ବର୍ଗରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଖେଳାଳିଙ୍କୁ ନେଇ ଉତ୍କଳ ଶ୍ରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେଥିରେ ନିଜର ଶାରୀରିକ ଗଠନ, ଆତ୍ମବିଶ୍ବାସ ଓ ମଞ୍ଚ ପ୍ରଦର୍ଶନରେ ବିଚାରକ ମଣ୍ଡଳୀଙ୍କ ମନକୁ ଜିଣି ଉତ୍କଳ ଶ୍ରୀ ୨୦୨୬ ହୋଇଛନ୍ତି ଜଗନ୍ନାଥ ଖୁଣ୍ଟିଆ।
ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍

Leave a Reply

Your email address will not be published. Required fields are marked *

error: Content is protected !!