୧ କିଲୋ ସୁନା, ୪କିଲୋ ରୁପା ଅଳଂକାର ଜବତ |

 ଆଜି ଭଦ୍ରକ ପୁଲିସକୁ ଏକ ବଡ ସଫଳତା ମିଳିଛି। ଗତ କିଛି ମାସ ହେଲା ଭଦ୍ରକରେ ବିଭିନ୍ନ ଲୋକଙ୍କ ଘରେ ପଶି ଆନ୍ତଃରାଜ୍ୟ ଡକାୟତମାନେ ସୁନା ଗହଣା ଲୁଟ କରୁଥିଲେ। ପୁଲିସ ପକ୍ଷରୁ ଏହି ଲୁଟେରା ଓ ଡକାୟତ ଟିମକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଙ୍କ ଠାରୁ ୧ କିଲୋ ସୁନା, ୪କିଲୋ ରୂପା ଅଳଂକାର ଜବତ କରିଛି ଭଦ୍ରକ ଟାଉନ୍ ପୁଲିସ।

ଏମାନଙ୍କ ଠାରୁ ୧୫ଟି ନକଲି ଗାଡି ନମ୍ବର, ୭ଟି ମୋବାଇଲ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଦୟା ଓରଫ ଦୟାନିଧି ଦାସଙ୍କ ସମେତ ୪ ଡକାୟତ ଉମେଶ ଦାସ, କୁନା ଦାସ, ମୁନା ଦାସ ଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ଠାରୁ ଜବତ ଚୋରି ଅଳଙ୍କାର ମୂଲ୍ୟ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡିଛି।

ଭଦ୍ରକ ପୁଲିସର ଏଭଳି ସଫଳତା ସମ୍ପର୍କରେ ଆଜି ଅପରାହ୍ନରେ ଭଦ୍ରକ ଟାଉନ ଥାନା ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ଭଦ୍ରକ ଏସପି ମନୋଜ ରାଉତ। ଏହି ସାମ୍ବାଦିକ ସମ୍ମୀଳନୀରେ ଭଦ୍ରକ ଟାଉନ୍ ଥାନା ଅଧିକାରୀ ପ୍ରଭାନଶ ମିଶ୍ରଙ୍କ ସମେତ ତଦନ୍ତକାରୀ ଟିମ୍ ରେ ସାମିଲ ଥିବା ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି, ଭଦ୍ରକରେ ବିଭିନ୍ନ ସମୟରେ ଚୋରି ଓ ଡକାୟତ ହୋଉଥିବା ସୁନା ଅଳଙ୍କାର ଘଟଣାରେ ପୁଲିସ ଭଦ୍ରକ ପୁଲିସ ପକ୍ଷରୁ ମୋଟ ୧୫ ଟି ମାମଲା ରୁଜୁ ହୋଇଥିଲା। ଏହି ୧୫ ଟି ମାମଲା ଉପରେ ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଟାଉନ୍ ଆଇ ଆଇ ସି ଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଡକାୟତ ଟିମର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୟା ଓରଫ ଦୟାନିଧି ଦାଶ ଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିଲା। ଦାୟର ଘର କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ତିନି ଡକାୟତ ମୁନା ଦାସଙ୍କ ଘର କେନ୍ଦ୍ରାପଡା , ଉମେଶ ଦାସ, କୁନା ଦାସଙ୍କ ଘର କେନ୍ଦ୍ରାପଡା ବୋଲି ଜଣାପଡିଛି। ଏମାନେ ଭଦ୍ରକ, ବାଲେଶ୍ଵର, କଟକ, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର ଆଦି ଜିଲ୍ଲାରେ ଚୋରି, ଡକାୟତି, ଛିନ୍ ତାଇ, ଓ ହତ୍ୟା କାଣ୍ଡ ଭଳି ସଙ୍ଗୀନ ମାମଲାରେ ସଂପୃକ୍ତ ରହି ଏହି ସବୁ ଜିଲ୍ଲାରେ ଆତଙ୍କ ଖେଳାଇ ଥିଲେ। ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!