ନକଲି ମଦ ଜବତ : ୩ ଗିରଫ

ଭୁବନେଶ୍ୱର, ୦୨/୦୩ : ବିହାର ଅଞ୍ଚଳର ୩ ବ୍ୟକ୍ତି ଏକ ଭଡାଘରେ ନକଲି ବିଦେଶୀ ମଦ ତିଆରି କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବା ଅବକାରୀ ବିଭାଗ ତଦନ୍ତରୁ ଜଣା ପଡ଼ିଛି। ଗିରଫ ୩ ଜଣ ସ୍ଥାନୀୟ ବିଦେଶୀ ମଦ ଦୋକାନ ର କର୍ମଚାରୀ ବୋଲି ଜଣା ପଡ଼ିଛି। ସେମାନଙ୍କ ଘରୁ ପ୍ରାୟ ୩୫ ଲିଟର ବିଦେଶୀ ମଦ, ବିଭିନ୍ନ କମ୍ପାନୀର ଷ୍ଟିକର ଆଦି ଜବତ ହେଇଛି।

ଏକ ବିଦେଶୀ ମଦ ଦୋକାନରୁ ମଧ୍ୟ ଏମାନଙ୍କ ତିଆରି ନକଲି ମଦ ଜବତ ହେଇଛି। ଗତ ଏକ ସପ୍ତାହ ମଧ୍ୟରେ ଜିଲାର ଜୁନାଗଡ଼ ଏବଂ କେସିଙ୍ଗା ସହରରେ ଅବକାରୀ ବିଭାଗ ଦ୍ଵାରା ନକଲି ବିଦେଶୀ ମଦ ଏବଂ ଷ୍ଟିକର ଜବତ ହେଇଛି। କିନ୍ତୁ ଅଭିଯୁକ୍ତ ମାନେ ଶୀଘ୍ର ଜାମିନରେ ଫେରି ଆସୁଛନ୍ତି। ଫଳରେ ଅବକାରୀ ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *

error: Content is protected !!