ଓଡ଼ିଆ ନ୍ୟୁଜ୍: ନବୀନ ମୋ ନେତା ଓ ମୁଁ ବିଜେଡି ସହ ଅଛି କହିଲେ ସୁବାସିନୀ ଜେନା।ରବୀନ୍ଦ୍ର ଜେନାଙ୍କ ପତ୍ନୀ ତଥା ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କ ପ୍ରତିକ୍ରିୟା। ମୁଁ ଜଣେ ଶୃଙ୍ଖଳିତ କର୍ମୀ ଓ ଦଳର ନିର୍ଦ୍ଦେଶ ଅନୁସାରେ କାମ କରିବି।ଦଳର ଶୃଙ୍ଖଳାରେ ବାନ୍ଧି ହୋଇ ରହିଛି, ଦଳ ଯାହା କହିବ ମାନିବି।
ଦଳର ନିର୍ଦ୍ଦେଶ ଅନୁସାରେ କାମ କରିବି ।ସୁପ୍ରିମୋଙ୍କ ନିର୍ଦ୍ଦେଶ ମୋ ପାଇଁ ଶିରୋଧାର୍ଯ୍ୟ । ରାଜ୍ୟସଭା ନିର୍ବାଚନରେ ଭୋଟ ଦେଲା ପରେ ଏଜେଣ୍ଟକୁ ଦେଖାଯିବ। ସେହି ଦିନ ଆପଣ ସବୁ ଜାଣି ପାରିବେ । ସଂତୃପ୍ତ ମିଶ୍ର ମୋ ସହ ଆଲୋଚନା କରିଛନ୍ତି । ଫୋନ ଯୋଗେ ଦତ୍ତେତେଶ୍ୱ ହୋତା ମୋ ସହ ଆଲୋଚନା କରିଛନ୍ତି ।
ଗତ କିଛିଦିନ ତଳେ ନିର୍ବାଚନକୁ ସସ୍ପେନ୍ସ ବଢ଼ାଇଥିଲେ ବିଜେଡି ବିଧାୟିକା ସୁଭାଷିନୀ ଜେନା । କାହାକୁ ଦେବେ ଭୋଟ ସ୍ପଷ୍ଟ କରିନଥିଲେ । କହିଥିଲେ ସମୟ କହିବ କାହାକୁ ଭୋଟ ଦେବେ ଏବେ ଠାରୁ କିଛି କହିହେବନି । ପୂର୍ବରୁ ବିଜେଡି ବିଧାୟକଙ୍କୁ ଡ଼ାକି ଆଲୋଚନା କରିଥିଲେ ନବୀନ ପଟ୍ଟନାୟକ ।
