ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି |

ଟିଟିଲାଗଡ଼ :(ସନ୍ତୋଷ ପଟ୍ଟନାୟକ )ଟିଟିଲାଗଡ ରେ ଦୀର୍ଘ 18 ବର୍ଷ ହେବ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ଏହି ସାମୁହିକ ବ୍ରତୋ ପନୟନ କାର୍ଯ୍ୟକ୍ରମ ହୋଇ ଆସୁଛି ଜଗନାଥ ମନ୍ଦିର ରେ ,ବଲାଙ୍ଗୀର କଳାହାଣ୍ଡି ସୋନପୁର ନୂଆପଡା ଆଦି ଜିଲ୍ଲା ସହିତ ରାଜ୍ୟ ବାହାରୁ ଏପରିକି ମଧ୍ୟପ୍ରଦେଶ ମହାରାଷ୍ଟ୍ର ଛତିଶଗଡ଼ ଆଦିର ବହୁ ବ୍ରାହ୍ମଣ ପିଲା ଏହିଠାରେ ବ୍ରତୋପନୟନ ହୋଇଥାନ୍ତି | ଚଳିତ ବର୍ଷ 9 ଜଣ ବ୍ରାହ୍ମଣ ବାଳକ ବ୍ରତୋପନୟନ ହୋଇଛନ୍ତି | ମାର୍ଚ୍ଚ 11 ତାରିଖରେ ଚାରିକର୍ମ ହୋଇଥିବା ବେଳେ 12 ତାରିଖରେ ବ୍ରତୋପନୟନ କରାଯାଇଥିଲା | ମନ୍ଦାରଧର ପଣ୍ଡା ମୁଖ୍ୟ ଆଚାର୍ଯ୍ୟ ଏବଂ ନେତ୍ରାନନ୍ଦ ମିଶ୍ର, ଅଶୋକ ରଥ, ପ୍ରଫୁଲ୍ଲ ହୋତା, ଶୋଭାକର ପୁରୋହିତ, ପ୍ରଦୀପ ପାଢ଼ୀ, ଡୋଳାମଣୀ ମିଶ୍ର ଙ୍କ ସହିତ ରାଜକିଶୋର ପୁରୋହିତ ସହଯୋଗୀ ଆଚାର୍ଯ୍ୟ ଦାୟିତ୍ୱ ତୁଲାଇଥିଲେ | ସମ୍ପୂର୍ଣ୍ଣ ବୈଦିକ ରୀତିନୀତି hଅନୁଯାୟୀ ଏହି ବ୍ରତୋପନୟନ କାର୍ଯ୍ୟକ୍ରମ କରାଯାଉଥିବା ଏ ଅଞ୍ଚଳର ବହୁ ବ୍ରାହ୍ମଣ ପରିବାର ଏଠାରେ ବ୍ରତ ହେବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି | ଟିଟିଲାଗଡ଼ ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଚନ୍ଦ୍ର ଦାଶ ଏବଂ ସମ୍ପାଦକ ସତ୍ୟବ୍ରତ ପଣ୍ଡାଙ୍କ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସୁଶୀଳ ମିଶ୍ର, ରାଜେନ୍ଦ୍ର ନାରାୟଣ ମିଶ୍ର, ଚିନ୍ତାମଣି ମହାପାତ୍ର, ଭକ୍ତ ପ୍ରସାଦ ପୁରୋହିତ, ବ୍ରଜେନ୍ଦ୍ର ଆଚାର୍ଯ୍ୟ, ମାନସ ପାଣି, କାହ୍ନୁ ମିଶ୍ର, ଜିତେନ୍ଦ୍ର ଦାଶ, ଶିବା କର, ରୁଦ୍ର ନାରାୟଣ ପାଣିଗ୍ରାହୀ, ଅନୁପ ଦାଶ, ଶୁକଦେବ ଯୋଶୀ, ଭୂପତି ମିଶ୍ର, ବୃନ୍ଦାବନ ପଣ୍ଡା, ରାଜୀବ ଲୋଚନ ପାଢ଼ୀ, ଜଗନ୍ନାଥ ପଣ୍ଡା, ବନମାଳୀ ନାଏକ, ରଞ୍ଜନ ଚାନ୍ଦ, ମିନକେତନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *

error: Content is protected !!