ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ରେ ଥିବା ଗନ୍ଧମାର୍ଦ୍ଦନ, ଥୁଟା, ବୁଢିକୁଢେର,ବାରପଟା, ଲରମ୍ଭା ଆଦି ଜଙ୍ଗଲରେ ପ୍ରତି ଦିନ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି । ଏହି ନିଆଁରେ ଅନେକ ମୁଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଥିବା ବେଳେ ଅନେକ ଦୁର୍ମୁଲ୍ୟ ଔଷଧୀୟ ବି ପୋଡି ପାଉଁଶ ହେଉଛି । ଜଙ୍ଗଲରେ ଥିବା ପଶୁ ପକ୍ଷୀଙ୍କ ମଧ୍ୟ ଅକାଳରେ ଜୀବନ ହାରୁଥିବାବେଳେ ପାହାଡ ତଳି ଅଂଚଳର ଲୋକେ ଜଙ୍ଗଲ ନିଆଁ ଯୋଗୁଁ ଗରମରେ ସନ୍ତୁଳି ହେଉଛନ୍ତି । ନିଆଁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ଦିନ ରାତି ନିଆଁ କୁ ଲିଭାଇବା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ ଜଙ୍ଗଲ ବିଭାଗର ଏବଂ ସ୍ଥାନୀୟ ଜନସାଧାରଣଙ୍କ ସଚେତନତା ଅଭାବରୁ ପ୍ରତିବର୍ଷ ଏଭଳି ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ଲତା ପୋଡି ପାଉଁଶ ହେଉଛି ଏବଂ ବଢୁଛି ତାତି ଯାହାଫଳରେ ଗ୍ରାମାଞ୍ଚଳ ଲୋକେ ନାହି ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ଫଳରେ ଜୀବଜନ୍ତୁ ମାନେ ଜଙ୍ଗଲ ଛାଡ଼ି ସହର ମୁହାଁ ହେଉଥିବା ଦେଖିବାକୁ ମିଳୁଛି |
