ରୋଟାରି ସଂସ୍ଥାନ ଡିଜି ଅମିତ ଜୟସ୍ୱାଲଙ୍କ ଟିଟିଲାଗଡ଼ ଗସ୍ତ |

ଟିଟିଲାଗଡ଼: ରୋଟାରି ସଂସ୍ଥାନର ଡିଷ୍ଟ୍ରିକ୍ଟ ଗଭର୍ନର ଶ୍ରୀ ଅମିତ ଜୟସ୍ୱାଲ ଦିନିକିଆ ଟିଟିଲାଗଡ଼ ଗସ୍ତରେ ଆସି ସ୍ଥାନୀୟ ରୋଟାରି କ୍ଲବ ସଦସ୍ୟମାନଙ୍କ ସହ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଛନ୍ତି। ଡିଏନ୍ ରିସର୍ଟରେ ଆୟୋଜିତ ବୈଠକରେ ସେ ରୋଟାରି କ୍ଲବ ଟିଟିଲାଗଡ଼ ପକ୍ଷରୁ କରାଯାଉଥିବା ସମାଜସେବା କାର୍ଯ୍ୟକ୍ରମକୁ ସ୍ୱାଗତ କରି ସଦସ୍ୟମାନଙ୍କୁ ଅଧିକ ସେବାମୂଳକ କାମ କରିବା ପାଇଁ ପରାମର୍ଶ ଓ ପ୍ରେରଣା ଦେଇଥିଲେ।

ପରବର୍ତ୍ତୀରେ ସେ ଟିଟିଲାଗଡ଼ର ଏସସିଡି ଚକ୍ଷୁ ହସ୍ପିଟାଲ ପରିସରରେ ନିର୍ମାଣାଧୀନ ଡାଇଲିସିସ ସେଣ୍ଟରକୁ ପରିଦର୍ଶନ କରି କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ସମ୍ପର୍କିତଙ୍କୁ ପରାମର୍ଶ ଦେଇଥିଲେ। ରୋଟାରି କ୍ଲବର ପ୍ରୟାସରେ ଏହି ଡାଇଲିସିସ ସେଣ୍ଟର ଆରମ୍ଭ ହେଲେ ସାଧାରଣ ଲୋକମାନେ କମ ମୂଲ୍ୟରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି କହାଯାଇଛି।

ଏହି କେନ୍ଦ୍ରରେ ଚାରିଟି ଆଧୁନିକ ଡାଇଲିସିସ ମେସିନ ସ୍ଥାପନ କରାଯିବାକୁ ଯୋଜନା ରହିଛି। ଏହା ଆରମ୍ଭ ହେଲେ ଟିଟିଲାଗଡ଼ ସହ ଆସପାସ ଅଞ୍ଚଳର କିଡନି ରୋଗୀମାନେ ବହୁତ ଉପକୃତ ହେବେ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ରୋଟାରି କ୍ଲବ ପକ୍ଷରୁ ସୂଚନା ମିଳିଛି।

ଡିଜିଙ୍କ ଗସ୍ତ ସମୟରେ ରୋଟାରି କ୍ଲବ ଟିଟିଲାଗଡ଼ର ଅଧ୍ୟକ୍ଷ ମନେନ୍ଦ୍ର ଦାଶ, ସମ୍ପାଦକ ହରିରାମ ଅଗ୍ରୱାଲ, ଉପସଭାପତି ରମେଶ ଅଗ୍ରୱାଲ, ପୂର୍ବତନ ସଭାପତି ମହେଶ ଇନ୍ଦୋରିଆ, ଇଂ ମହେଶ ଅଗ୍ରୱାଲ, ପ୍ରକଳ୍ପ ନିର୍ଦ୍ଦେଶକ ସିଏ ଆନନ୍ଦ ଜୈନ, ପ୍ରକଳ୍ପ ସଂଯୋଜିକା ସାରଦା ରାଓ, ଶୈଳେଶ ଗୋଏଲ, ତନୁଜ ଜୈନ, ମହେଶ ଅଗ୍ରୱାଲ (ବିଟୁ) ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ରୋଟାରି କ୍ଲବ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦିଆଯାଇଛି।

ଟିଟିଲାଗଡ଼ରୁ ଓଡିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଶ୍ରୀ କ୍ଷେତ୍ର ଲାଇଭ।

Leave a Reply

Your email address will not be published. Required fields are marked *

error: Content is protected !!