ରାଜ୍ୟରେ ବର୍ଷା ଆଲର୍ଟ: ଆସନ୍ତା ୫ଦିନ ଘଡ଼ଘଡ଼ି ସହ କୁଆପଥର ସମ୍ଭାବନା

ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ସହ ବର୍ଷା ଓ ଜୋର ପବନ ବହିବା ସହ କେତେକ ସ୍ଥାନରେ କୁଆପଥର ପଡିବାର ସମ୍ଭାବନା ରହିଛି। ଏହାସହ ଆସନ୍ତା ୭ଦିନ ପର୍ଯ୍ୟନ୍ତ କାଁଭାଁ ଅଞ୍ଚଳରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ଼ା. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସୋମବାର ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଦେଖାଯାଇଥିଲା।ବିଶେଷକରି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ସହ କୁଆପଥର ପଡିଥିଲା। ଅନୁଗୋଳ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା।
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ମୁରୁଡ଼ାରେ ସର୍ବାଧିକ ୫୫ ମି.ମି. ବର୍ଷା ରେକର୍ଡ ହୋଇଛି। ସେହିପରି ବେତନଟିରେ ୫୦ ମି.ମି. ଓ ଯଶୀପୁରରେ ୩୭.୫ ମି.ମି. ବର୍ଷା ହୋଇଥିବା ଜଣାପଡ଼ିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!