ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ କୋଳନାରାରୁ ୧୧୧ ଯାତ୍ରୀଙ୍କ ପୁରୀ ଯାତ୍ରା ଆରମ୍ଭ |

ରାୟଗଡ଼, ତା. ୧୮/୦୩/(ଦେବୀପ୍ରସାଦ ମହାନ୍ତି )ଓଡ଼ିଶା ସରକାରଙ୍କ ପ୍ରଚଳିତ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଅନ୍ତର୍ଗତ ରାୟଗଡ଼ ଜିଲ୍ଲାର କୋଳନାରା ବ୍ଲକରୁ ୧୧୧ ଜଣ ଯାତ୍ରୀ ୯ ଜଣ ଏସକର୍ଟ ଅଧିକାରୀଙ୍କ ସହ ଶ୍ରୀକ୍ଷେତ୍ର ପୁରୀ ଯାତ୍ରା ପାଇଁ ଆଜି ରବାନା ହୋଇଛନ୍ତି । କୋଳନାରା ବସ୍‌ସ୍ଟାଣ୍ଡରୁ ୩ଟି ବସ୍‌ ମାଧ୍ୟମରେ ଏହି ପବିତ୍ର ଯାତ୍ରାର ଶୁଭାରମ୍ଭ ହୋଇଥିଲା ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ, ବିଡିଓ କୋଳନାରା ଶ୍ରୀମତୀ ରୀନା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ , ଜିଲ୍ଲା ପରିଚାଳକ ଓଡିଶା ରାଜ୍ୟ ପାରିବହନ ନିଗମ, ପଞ୍ଚାୟତ ସମିତି କୋଳନାରା ଅଧକ୍ଷା ଶ୍ରୀମତୀ ସଂଯୁକ୍ତା କୁଲେସିକା ଓ ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରୀୟା ଉପସ୍ଥିତ ରହି ଯାତ୍ରୀମାନଙ୍କୁ ଫୁଲ ଓ ଶୁଭେଚ୍ଛା ସହ ଆଶୀର୍ବାଦ ଜଣାଇଥିଲେ । ସେମାନେ ଯାତ୍ରୀମାନଙ୍କୁ ସୁଖଦ, ସୁରକ୍ଷିତ ଓ ସ୍ମରଣୀୟ ଯାତ୍ରା ପାଇଁ କାମନା କରିଥିଲେ ।

ସମସ୍ତ ଯାତ୍ରୀଙ୍କ ପାଇଁ ଯାତାୟାତ, ଖାଦ୍ୟ, ରହଣିଆ ଓ ଚିକିତ୍ସା ସହିତ ଆବଶ୍ୟକ ସୁବିଧା ସରକାର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ଯାତ୍ରା ସମୟରେ ସମ୍ପୂର୍ଣ୍ଣ ନିରାପତ୍ତା ଓ ନିରୀକ୍ଷଣ ପାଇଁ ଏସକର୍ଟ ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି ।

ଏହି ଯୋଜନା ମାଧ୍ୟମରେ ଆର୍ଥିକ ଭାବେ ଦୁର୍ବଳ ଓ ବଞ୍ଚିତ ଶ୍ରେଣୀର ଲୋକମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ଏକ ସୁଯୋଗ ପାଉଛନ୍ତି, ଯାହା ସାମାଜିକ ଓ ଆଧ୍ୟାତ୍ମିକ ମାନସିକତାକୁ ଉନ୍ନତ କରିବାରେ ସହାୟକ ହେଉଛି । ଏହାକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ସ୍ୱାଗତ କରିଥିବା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!