କେଫ୍ୟୁ ପକ୍ଷରୁ ବାଲିସରା ଠାରେ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ l

କଳାହାଣ୍ଡି:(କିଶନ ଶର୍ମା)-18.3.2026 ପୂର୍ବାହ୍ନ ଦଶ ଘଣ୍ଟା ସମୟରେ କଳାହାଣ୍ଡି ଏଜେନସି ଫର ଏନଭାରମେଣ୍ଟ ଏଣ୍ଡ ୟାଇ୍ଲଡ଼ ଲାଇଫ ( କେଫ୍ୟୁ ) ପକ୍ଷ ରୁ କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ସାଇସୁରନି ରେଞ୍ଜ ର ସେମେଲପଦର ବଳସରା ଠାରେ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l କେଫ୍ୟୁ ଓ ସାଇସୁରନି ବନାଞ୍ଚଳ ପକ୍ଷ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସେମେଲପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁର୍ଗା ଶଙ୍କର , ଗୁଣପୁର ମୋ ଜଙ୍ଗଲ ଯୋଜନା ର କ୍ଷେତ୍ର ଅଧିକାରୀ ମୁନ୍ନା ବାଗ, ବାଲିସରା ବନ ସୁରକ୍ଷା ସମିତ ସଦସ୍ୟ ଗଣ,କେଫ୍ୟୁ ସଂଗଠନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକୃତିବନ୍ଧୁ ଡୋଳାମଣି ସାହୁ, ଗୁଣପୁର ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ରଥ ଦୁରିଆ ବାଲିସରା ମହିଳା ସବୁଜ ବାହିନୀ ର ପୁଷ୍ପାଞ୍ଜଳି ମାଝୀ ଓ ବନରକ୍ଷୀ ରାମ ଚନ୍ଦ୍ର ଖମାରୀ
ଓ ଗାଁ ର ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇ ବନାଗ୍ନୀ ସଚେତନତା ସଭା ଉପରେ ଆଲୋଚନା କରିଥିଲେ l ଜଙ୍ଗଲ ପୋଡିଯିବା ଦ୍ୱାରା ବିରଳ ଔଷଧି ଗଛ, ସରୀସୃପ, ବନ୍ୟପ୍ରାଣୀ ଓ ପକ୍ଷୀ ସମୂହ ପ୍ରାଣ ହରାଉଛନ୍ତି ଏବଂ ପୃଥିବୀ ରୁ ଏହା ଲୁପ୍ତପ୍ରାୟ ପ୍ରାଣୀ ଭାବରେ ଗଣତି ହେଉଥିବା ବିଷୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମତାମତ ଦେଇଥିଲେ l ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ନିମନ୍ତେ ସରକାର ଆଣିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରି ସ୍ଥାନୀୟ ଜଙ୍ଗଳର ରକ୍ଷଣ ବେକ୍ଷଣ କରିବା ପାଇଁ ଉପସ୍ଥିତ ଆଲୋଚକ ଗଣ ମତାମତ ରଖିଥିଲେ l ବାଲିସରା ବନ ସୁରକ୍ଷା ସମିତି ର ସଦସ୍ୟ ସଦସ୍ୟ ଓ ଗ୍ରାମବାସୀ ସ୍ଥାନୀୟ ଜଙ୍ଗ କୁ ସୁରକ୍ଷା ଦେବା ପାଇଁ ଏହି ସଭାରେ ଶପଥ ପାଠ କରିଥିଲେ l ଥୁଆମୂଳ ରାମପୁର ବ୍ଲକ ଦକ୍ଷିଣ ବନାଞ୍ଚଳ ଅନ୍ତର୍ଗତ ଗ୍ରାମ ଗୁଡିକ କରଲାପlଟ ଅଭୟରଣ୍ୟ ମଧ୍ୟରେ ଗଢି ଉଠି ଥିବାରୁ ଏ ଅଂଚଳ ର ଜନସାଧାରଣ ଙ୍କୁ ବନାଗ୍ନୀ ନିବାରଣ ନିମନ୍ତେ ସଚେତନତା କରିବା ପାଇଁ ସହକାରୀ ବନ ସଂରକ୍ଷକ ତଥା ସାଇସୁରନି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟପୋନୋ କେଫ୍ୟୁ ର କର୍ମକର୍ତା ମାନଂକୁ ଉତ୍ସlହିତ କରିଥିଲେ l କେଫ୍ୟୁ ସଂଗଠନ ପ୍ରତି ବର୍ଷ ଗ୍ରୀଷ୍ମ ଆରମ୍ଭ ହେବା ପୂର୍ଵରୁ କଳାହାଣ୍ଡି ଉତ୍ତର ଓ ଦକ୍ଷିଣ ବନ ଖଣ୍ଡ ଅନ୍ତର୍ଗତ ଜଙ୍ଗଲ ତଳି ଗ୍ରାମ ଗୁଡିକରେ ବସବାସ କରୁଥିବା ଲୋକମାନଙ୍କୁ ଜଙ୍ଗଲ କୁ ନିଆଁ ଦାଉରୁ ସୁରକ୍ଷିତ ରଖିବା ପାଇଁ ଦଶନ୍ଧି ଧରି ଲୋକ ମାନଂକୁ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ପହଂଚିବା ପାଇଁ ପ୍ରୟାସ ଜାରି ରଖିଚ୍ଛି l ବନାଗ୍ନୀ ନିବାରଣ ନିମନ୍ତେ ଆୟୋଜିତ ଏହି ସଭାକୁ ଶିକ୍ଷକ ରାମଚନ୍ଦ୍ର ପ୍ରଧାନୀ ପରିଚାଳନା କରିଥିବାବେଳେ ପ୍ରକୃତିବନ୍ଧୁ ଡୋଳାମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!