ବ୍ୟାଙ୍କ କୁ ଯିବା କହି ଘରୁ ବାହାରିଥିଲେ ଯୁବତୀ, ହେଲେ ଆଉ ଫେରିନାହିଁ, ରାୟପୁର ରେ ରିକ୍ସା ଚାଳକ ଭାବରେ କାମ କରୁଥିବା ଚତୁର୍ଭୁଜ ମହାନନ୍ଦ ଙ୍କ ଝିଅ ରିତୁ ମହାନନ୍ଦ ଙ୍କୁ ଅପହରଣ କରାଯାଇଥିବା ନେଇ ଏବେ ଅଭିଯୋଗ ହୋଇଛି, କୁଆଡେ ଜଣେ ଯୁବତୀ ଇନ୍ଷ୍ଟlଗ୍ରାମ ରେ ରିତୁ ସହିତ ବନ୍ଧୁତା ସ୍ଥାପନ କରିବା ପରେ ଯୋଜନା କରି ରିତୁ କୁ ଖୋଲାଣ ଗ୍ରାମ ନିକଟରୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ଆସିଛି..ମାମଲା କୁ ଗୁରୁତର ସହିତ ନେଇଛି ସ୍ଥାନୀୟ ପୋଲିସ..ବାପା ମା ଆଖିରୁ ଝରି ଆସୁଛି ଲୁହ, ନିଜ କୋହ କୁ କେହି ସମ୍ଭାଳି ପାରୁନାହିଁ l କଥା କଥାରେ ଆଖିରୁ ଲୁହ ଝରି ପଡୁଛି l କେମିତି ବା ହୃଦୟ ସହିବ.. କାରଣ ନିଜ ବଢିଲା ଝିଅ, ଯୁବତୀ ନିଖୋଜ ହୋଇ ଯାଇଛି.. ଘରେ ନିଜ ଭାଉଜ ଙ୍କୁ ବ୍ୟାଙ୍କ ଯାଉଛି କହି ଆଉ ଫେରିନାହିଁ ରିତୁ l ମା ବାପା ରାୟପୁର ରେ ରହି ରିସ୍କା ଚଳାଇ ରିତୁ କୁ ପାଠ ପଢାଉଥିଲେ.. ହେଲେ ଏବେ ସେହି ଝିଅ ବା ଯୁବତୀ ନିଖୋଜ ନା ଅପହରଣ.ଘଟଣା ବି ଶୁଣିଲେ ଯେ କେହି ଚକିତ ହେବେ କାରଣ ଏହା ପଛରେ ସାମାଜିକ ଗଣମାଧ୍ୟମ ଇନ୍ଷ୍ଟlଗ୍ରାମ କୁ ବ୍ୟବହାର କରାଯାଇଛି l.. ଟିକିଏ ଶୁଣିନେବା ରିତୁ ର ଭାଉଜ ଙ୍କ ମୁହଁ ରୁ..
ରିତୁ ନିଖୋଜ ହେବା ଯେତିକି ଚର୍ଚିତ ସେତିକି ଚର୍ଚିତ ଇନ୍ଷ୍ଟlଗ୍ରାମ ମଧ୍ୟ l କାରଣ ଏକ ଅଜଣା ଯୁବତୀ ସହିତ ରିତୁ ର ବନ୍ଧୁତା ସ୍ଥାପନ ହୋଇଥିଲା, ଏମିତିକି ଉକ୍ତ ଯୁବତୀ ଜଣକ ରିତୁ ର ଗାଁ ଛତାଭଟା କୁ ଆସି ଏକ ସପ୍ତାହ ପର୍ଯ୍ୟନ୍ତ ରହିଥିଲେ l ଆଉ ସେଠାରୁ ହିଁ ରିତୁ ଅପହରଣ ନେଇ ଯୋଜନା ହୋଇଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି l ସମ୍ପୃକ୍ତ ଯୁବତୀ ଙ୍କ ଫଟୋ ଏବଂ ମୋବାଇଲ ନମ୍ବର ବି ପୋଲିସ କୁ ଦେଇଛନ୍ତି.. କୁଆଡେ ରିତୁ କୁ ଅପହରଣ କରି ବାହାର ରାଜ୍ୟରେ ବିକ୍ରି କରିବା କିମ୍ବା ଶରୀର ର କୌଣସି ଅଙ୍ଗ ନେବା ନେଇ ହତ୍ୟା କରିବାକୁ ଯୋଜନା କରି ରିତୁ କୁ ଅପହରଣ କରିଥିବା ରିତୁ ର ବାପା ଚତୁର୍ଭୁଜ ମହାନନ୍ଦ ଅଭିଯୋଗ କରିଛନ୍ତି..
ସିନ୍ଧେକେଲା ପୋଲିସ କେବଳ ଏକ ନିଖୋଜ ମାମଲା ରୁଜୁ କରି ନୀରବ ରହିଥିବା ନେଇ ଆଜି ପରିବାର ଲୋକେ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷକ ଯଶୋବନ୍ତ ପ୍ରଧାନୀ ଙ୍କ ଦ୍ୱାରସ୍ତ ହୋଇଛନ୍ତି l ପୋଲିସ ଘଟଣା କୁ ଗୁରୁତର ସହିତ ନେବା ସହ ନିଖୋଜ ଯୁବତୀ କୁ ଉଦ୍ଧାର କରିବା ସହିତ ସମ୍ପୃକ୍ତ ଇନ୍ଷ୍ଟlଗ୍ରାମ ରେ ଥିବା ଯୁବତୀ କୁ ମଧ୍ୟ ଠାବ କରାଯିବ ବୋଳି କହିଛନ୍ତି l
ଟିଟିଲାଗଡ଼ ବ୍ଲକ ସିନ୍ଧେକେଲା ଥାନା ଛତାଭଟା ଗାଁ ର ନିଖୋଜ ଯୁବତୀ ରିତୁ କୁ ନେଇ ଏବେ ଚର୍ଚ୍ଚା ଯେତିକି ଇନ୍ଷ୍ଟlଗ୍ରାମ ରେ ଥିବା ଅଜଣା ଯୁବତୀ କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା… ତେବେ ଏହାରି ଉପରୁ ପରଦା କେବେ ହଟିବ, ଏବଂ ନିଖୋଜ ନା ଅପହରଣ ଏହା କେବେ ଉଜାଗର ହେବ ତାହାରି ଉପରେ ନଜର…
