ବିକଶିତ ହେବ ଗୋପବନ୍ଧୁଙ୍କ ଓଡିଶା, ଓଡିଶା ଦିବସ ପାଳନ ହେଲା ଟିଟିଲାଗଡ଼ ପୌର ପରିଷଦ କଲ୍ୟାଣ ମଣ୍ଡପରେ

ଟିଟିଲାଗଡ଼ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ଼, ମହାମନୀଷୀ ଉତ୍କଳମଣି ଗୋପବନ୍ଧୁ ଦାଶ, ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଭଳି ଅନେକ ସଂଗ୍ରାମୀଙ୍କ ତ୍ୟାଗ, ଜାତି ପ୍ରତି ସମର୍ପଣ ନେଇ ସ୍ୱାଧୀନତା ପୁର୍ବରୁ ଦେଶରେ ପ୍ରଥମ ଥର ଏକ ଭାଷା ଭିତ୍ତିକ ଓଡିଶା ପ୍ରଦେଶ ଗଠନ ହୋଇପାରିଲା l ସେହି ମହାତ୍ମାଙ୍କ ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶାର ଗଠନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୩୬ ସୁଦ୍ଧା ଏକ ବିକଶିତ ରାଜ୍ୟ ଭାବରେ ଗଠନ କରିବାକୁ ଡବଲ ଇଞ୍ଜିନ ସରକାରଙ୍କ ଲକ୍ଷ୍ୟ ଥିବା ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ନିଜ ଉଦବୋଧନରେ କହିଛନ୍ତି l  

         

ମହା ମନୀଷୀଙ୍କ ପଦାଙ୍କ ଅନୁସରଣ ସହ ସଭିଙ୍କୁ ଏନେଇ ସହଯୋଗ ପାଇଁ ବିଧାୟକ ଆହ୍ୱାନ କରିଥିଲେ l ଟିଟିଲାଗଡ଼ ଉପଜିଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ତହସିଲଦାର ଶଙ୍କର ବାଗ, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥି, ଉପଖଣ୍ଡ ଯୋଗାଣ ଅଧିକାରୀ ଗୋକୁଳ ଚନ୍ଦ୍ର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ

କରିଥିଲେ l ବିଶିଷ୍ଟ ଶିକ୍ଷାବିତ ଚିନ୍ତାମଣୀ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତୁଷାର ମହଲା ଧନ୍ୟବାଦ ଅର୍ପଣ କରିଥିଲେ l ଉପଜିଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଶ୍ୟାମ ସେଠ, ଶୁଭମ ରଥ, ବ୍ୟବସାୟୀ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋଏଲ, ତ୍ରିନାଥ ସରାଫ, ଧୂଵଲେଶ୍ୱର ଦଳବେହେରା ପ୍ରମୁଖ ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ନିର୍ଦ୍ଦେଶିକା ଧରିତ୍ରୀ ମହାନ୍ତି ଏବଂ ନୃତ୍ୟ ଗୁରୁ ଟୁଲୁ ପଟ୍ଟନାୟକଙ୍କ ତତ୍ୱାବଧାନରେ କ୍ଲାସିକ ଡ୍ୟାନ୍ସ ଗ୍ରୁପ, ଗୁରୁ ରୋହନ ମାଝୀଙ୍କ ତତ୍ୱାବଧାନରେ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ଚିତ୍ତାକର୍ଷକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!