ଟୁଲୁ ପଟ୍ଟନାୟକ ଙ୍କ ଲେଖା ରୁ ପଦଟିଏ

🌹 ରଖି ପାରିଲେ ଏକ ନିଶାଣୀ ମୁଁ 🌹
ରଖି ପାରିଲେ ଏକ ନିଶାଣୀ ମୁଁ,
ହାରାଇଦେଲେ କେବଳ ଗୋଟିଏ କାହାଣୀ ମୁଁ
ରୋକି ପାରିବ ନାହିଁ ଯାହାକୁ ଏ ସମସ୍ତ ଦୁନିଆ,
ସେ ଆଖିର ଜଳର ଏକ ବୁନ୍ଦ ମୁଁ…
ସବୁକୁ ପ୍ରେମ ଦେବା ଆଦତ ମୋର,
ନିଜର ଅଲଗା ପରିଚୟ ଗଢ଼ିବା ଆଦତ ମୋର
କେତେ ଗଭୀର ଘାଁ ଦେଲେ ମଧ୍ୟ କେହି,
ତଥାପି ଅଧିକ ହସିବା ଆଦତ ମୋର…
ଏହି ଅଜଣା ଦୁନିଆରେ ଏକା ଏକ ସ୍ଵପ୍ନ ମୁଁ,
ପ୍ରଶ୍ନରେ ଖଫା ଛୋଟ ଏକ ଉତ୍ତର ମୁଁ
ଯେଉଁମାନେ ବୁଝି ପାରନ୍ତିନି ମୋତେ ସେମାନଙ୍କ ପାଇଁ କିଏ ମୁଁ,
ଯେଉଁମାନେ ବୁଝିଗଲେ ସେମାନଙ୍କ ପାଇଁ ଖୋଲା ପୁସ୍ତକ ମୁଁ…
ଆଖିରେ ଦେଖିଲେ ମୋତେ ଖୁସି ଲାଗିବ,
ହୃଦୟରେ ପଚାରିଲେ ଯନ୍ତ୍ରଣାର ଝରଣା ମୁଁ
ରଖି ପାରିଲେ ଏକ ନିଶାଣୀ ମୁଁ,
ହାରାଇଦେଲେ କେବଳ ଗୋଟିଏ କାହାଣୀ ମୁଁ…
ମୋ କଲମ ରୁ ପଦେ ✍️
ଆପଣଙ୍କର🤷‍♂️
🌹🌹

Leave a Reply

Your email address will not be published. Required fields are marked *

error: Content is protected !!