*ଗୁଞ୍ଚି ତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଖଡ଼ିଛୁଆଁ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା *

ଟିଟିଲାଗଡ଼ ରୁ ଓଡିଶା ବୁୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ସିରୋଲ୍ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଞ୍ଚିତରା ଠାରେ ସରକାରଙ୍କ ନିର୍ଦ୍ଦେଶାନୁସାରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ର ଶିକ୍ଷା ପ୍ରାରମ୍ଭରେ କୁନି କୁନି ଶିକ୍ଷାର୍ଥୀ ମାନଙ୍କୁ ବିଦ୍ୟାଳୟ ପ୍ରବେଶ ନିମନ୍ତେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଏକ ଭବ୍ୟ ସମାରୋହରେ ଆୟୋଜିତ ହୋଇଥିଲା l ଏହି ଉତ୍ସବରେ ମୁରିବାହାଲ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମାନ୍ ଶାନ୍ତନୁ କୁମାର ପଢ଼ିହାରୀ ମହୋଦୟ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବା ସହିତ,

ସମ୍ମାନୀୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୋଦଣ୍ଡଧର ଭୋଇ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସୁଧୀର କୁମାର ନାଗ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମହାନ୍ତି, ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସଫଳା ମିଶ୍ର, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟମାଳିନୀ ପଟ୍ଟନାୟକ, ଶ୍ରୀମତୀ ସରୋଜିନୀ ମିଶ୍ର, ଶ୍ରୀମୟୀ ପ୍ରିୟଦର୍ଶିନୀ ସ୍ବାଇଁ, ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ନୀଳମଣି ଦୀପ୍ ଙ୍କ ସହିତ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ କୁନୁ ସାହୁ, ଗ୍ରାମ୍ୟ ୱାର୍ଡ଼୍ ସଭ୍ୟ ଶ୍ରୀଯୁକ୍ତ ପରମା ଧଙ୍ଗଡ଼ାମାଝୀ ପରିଚାଳନା ସମିତିର ଅନ୍ୟ ସଭ୍ୟ ସଭ୍ୟା.. ଏବଂ ଗ୍ରାମର ବରେଣ୍ୟ ମାତୃ ପିତୃ

ଅଭିଭାବକଙ୍କ ଉପସ୍ଥିତିରେ ସଂମ୍ମାନିତ ଅତିଥି ମାନଙ୍କ ଦ୍ୱାରା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହିତ ଚନ୍ଦନ ତିଳକ ଲଗାଇ ସ୍ନେହ ଶ୍ରଦ୍ଧା ସହକାରେ ବିଦ୍ୟାଳୟକୁ ପ୍ରବେଶ କରାଯାଇଥିଲା ପରେ ସେମାନଙ୍କୁ ମାଁ ବାଗ୍ ଦେବୀ ସରସ୍ବତୀଙ୍କ ଶ୍ରୀଚରଣାରବିନ୍ଦରେ ପୂଜାର୍ଚ୍ଚନା ପୂର୍ବକ ସମସ୍ତଙ୍କୁ ଖଡ଼ିଛୁଆଁ ଯାଇଥିଲା l ଏହି ଅବସରରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନୂତନ ସିଲେଟ୍, ଚକ୍ ଖଡ଼ି, ବର୍ଣ୍ଣବୋଧ ପ୍ରଦାନ କରିବା ସହିତ ମିଷ୍ଠାନ୍ନ ମଧ୍ୟ ଖୁଆ ଯାଇଥିଲା l ଏହିପରି ଏକ ଅଭିନବ ତଥା ଭବ୍ୟ କାର୍ଯ୍ୟକ୍ରମକୁ ଦେଖି ଉପସ୍ଥିତ ଗ୍ରାମର ଭଦ୍ର ବ୍ୟକ୍ତି ବିଶେଷ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସା କରିବା ସହିତ ଆପଣ ମାନେ ଧନ୍ୟବବାଦର ପାତ୍ର ବୋଲି ମତ ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!