LPGର କୌଣସି ସମସ୍ୟା ନାହିଁ: ଯୋଗାଣ ସଚିବ ସଞ୍ଜୟ ସିଂ

ଭୁବନେଶ୍ୱର, ୦୬/୦୪: LPGର କୌଣସି ସମସ୍ୟା ନାହିଁ ବୋଲି ସୂଚନା ଦେଇଛନ୍ତି ଯୋଗାଣ ସଚିବ ସଞ୍ଜୟ ସିଂ। ମାସକ ଭିତରେ LPGକୁ ନେଇ ଅନେକ ପଦକ୍ଷେପ ନିଆଯାଇଛି। LPG, ପେଟ୍ରୋଲ ଓ ଡିଜେଲର ରାଜ୍ୟରେ କୌଣସି ଅଭାବ ନାହିଁ। ୭୦% କମର୍ସିଆଲ ପାଇଁ LPG ଗ୍ୟାସ ପ୍ରଦାନ କରାଯାଉଛି। ଯେଉଁଠି ଅତ୍ୟାବଶ୍ୟକ ସେଠାକୁ ୨୦% ଆଗୁଆ ଯୋଗାଣ ଦିଆଯାଉଛି।ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ମନିଟରିଂ କରୁଛି। ୫ କେଜି ସିଲିଣ୍ଡରକୁ ନେଇ ତୈଳ କମ୍ପାନୀ e-KYC କରିକି ଦେଉଛନ୍ତି। ବିଭିନ୍ନ ସ୍ଥାନରେ ଚଢାଉ କରି ୩୧୦୫ଟି ଟାଙ୍କିକୁ ଜବତ କରିଛି ବିଭାଗ। ଖାଦ୍ୟ ସାମଗ୍ରୀ ଉପରେ ବି ବିଭାଗର ନଜର ରହିଛି। LPG ଠାରୁ PNG ଦର କମ୍‌, ସମସ୍ତେ ବ୍ୟବହାର କଲେ ଭଲ ବୋଲି କହିଛନ୍ତି ଯୋଗାଣ ସଚିବ।

Leave a Reply

Your email address will not be published. Required fields are marked *

error: Content is protected !!