ଭୁବନେଶ୍ୱରରୁ ଆତଙ୍କୀ ଗିରଫ

ଭୁବନେଶ୍ୱର, ୧୧/୦୪: ରାଜଧାନୀ ଭୁବନେଶ୍ବରରୁ ଆତଙ୍କବାଦୀ ଗିରଫ। କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍ ୬ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ଉକ୍ତ ବ୍ୟକ୍ତି ଜଣକ ପାକିସ୍ତାନ ସହ ଲିଙ୍କରେ‌ ଥିଲେ।ସେ ୟୁନିଟ୍ ୬ ଅଞ୍ଚଳରେ ଏକ ବସ୍ତିରେ ଭଡ଼ା ଘରେ‌ ରହୁଥିଲେ। ଦେଶ ଦ୍ରୋହ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟରେ ହାଜର କରିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ। ସନ୍ଦିଗ୍ଧ ବ୍ୟକ୍ତି ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସିଥିବା ସୁରାକ ମିଳିଛି। ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ପାକିସ୍ତାନ ସହ ଲିଙ୍କରେ‌ ଥିଲେ। ସୋସିଆଲ ମିଡ଼ିଆରେ‌ ଦେଶଦ୍ରୋହୀ ପୋଷ୍ଟ କରୁଥିଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଉତ୍ତେଜନା ମୂଳକ ସ୍ଲୋଗାନ ଦେଉଥିଲେ। ଗତ କାଲି ଅଧରାତିରେ ରେଡ୍ କରିବା ପରେ ତାଙ୍କୁ ଭଡ଼ା ଘରୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!