ଆଜି ବିଶ୍ୱ ଛେନାପୋଡ଼ ଦିବସ |

ବିଶ୍ୱ ଛେନାପୋଡ଼ ଦିବସ:- ଛେନାପୋଡ଼ ଦିବସ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖରେ ପାଳନ କରାଯାଏ। ଏହି ଦିବସ ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଉପଲକ୍ଷେ ପାଳନ କରାଯାଏ। ସେ ୧୯୩୧ ଏପ୍ରିଲ ୧୧ରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ୧୯୪୭ରେ ବଳକା ଛେନା ଓ ଚିନିକୁ ରାତିରେ ଚୁଲ୍ଲା ଭିତରେ ଛାଡ଼ି ଦେବା ପରେ ଛେନାପୋଡ଼ର ଆରମ୍ଭ ହୋଇଥିଲା। ଛେନାପୋଡ଼କୁ ରାଜ୍ୟ ତଥା ଦେଶ ବିଦେଶରେ ଲୋକପ୍ରିୟ କରିବା ଏବଂ ଏହାକୁ ‘ଜିଆଇ ଟ୍ୟାଗ୍’ (GI Tag) ପ୍ରଦାନ ଦିଗରେ ଚେଷ୍ଟା କରିବା ଏହି ଦିବସର ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *

error: Content is protected !!