ରାୟଗଡା/ଗୁଣୁପୁର/୧୨/୪/ ଆନ୍ଧ୍ର ର କାଟ୍ରାଗାଡା ଫେଜ 2 ପ୍ରକଳ୍ପ କୁ ସୁପ୍ରିମକୋର୍ଟ କୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେବା ପରେ ରାୟଗଡା ଜିଲ୍ଲା ଗୁଡାରୀ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ପାଇଁ ଦାବି ଜୋର୍ ଧରିଛି | ଆଜି ସିପିଆଇ ଏମଏଲ ଲିବରେସନ ର ଏକ ଆନ୍ଧ୍ର ର ଉଭୟ ନେରେଡି ଓ କାଟ୍ରାଗାଡା ପ୍ରକଳ୍ପ ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି | ବଂଶଧାରା ନଦୀ ଓଡିଶା ରୁ ବାହାରି ଥିବା ବେଳେ ଅଧିକ ଓଡିଶା ଦେଇ ପ୍ରବାହିତ ହେଉଛି କିନ୍ତୁ ଆନ୍ଧ୍ର ଦେଇ କମ ପ୍ରବାହିତ ହେଉଛି | ହେଲେ ବଂଶଧାରା ପାଣି କୁ ଆନ୍ଧ୍ର ନେଇ ଉପଯୋଗ କରୁଥିବା ବେଳେ ଓଡିଶା ଫେଲ ମାରିଛି | ଅପର ପଟେ 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ ଥିଲା | ତାପରେ ସେହି ପ୍ରକଳ୍ପ ଭାଗ୍ୟ ବନ୍ଦ ହୋଇ ପଡିଚି | ଆଗାମୀ ଦିନରେ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ ନ କରିଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଆଜି 11 04 2026 ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଙ୍କ ନେତୃତ୍ଵରେ ଏକ ଟିମ ଆନ୍ଧ୍ର ର ପ୍ରକଳ୍ପ ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି | ଏହି ଟିମ ରେ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ, ଅଶୋକ ପ୍ରଧାନ, ମହେନ୍ଦ୍ର ପରିଡା, ଅନାସିମ ଶବର, ବୃନ୍ଦବନ ବିଡିକା, କରୁଣାକର ଲିମା ଓ ଅନ୍ୟାନ୍ୟ ସାଥୀ ମାନେ ଆନ୍ଧ୍ର ପ୍ରଦେଶ ର ନେରେଡି ବେରେଜ ଠାରେ ଗ୍ରସ୍ତ କରିଥିଲେ ।
ନେରେଡି ବଂଶଧାରା ଅବବାହିକା ବାସିନ୍ଦା ତଥା ବଂଶଧାରା ନଦୀ ବିବାଦ ରେ କେନ୍ଦ୍ର ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ନିଜ ରାଜନୈତିକ ସ୍ୱାର୍ଥ ସାଧନ ଲାଗି ଭାଜପା ସରକାର ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l ବର୍ତ୍ତମାନ ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ରେ ଭାଜପା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା କାରଣରୁ ବଂଶଧାରା ଟ୍ରିବୁନାଲ ରେ ଓଡ଼ିଶାର ପକ୍ଷ ଦୁର୍ବଳ ହୋଇ ପଡିଛି l ରାଜ୍ୟରେ ବିଜେଡି ସରକାର ଶାସନ ଥିବା ବେଳେ ପ୍ରତ୍ୟେକ ଜଳସେଚନ ପ୍ରକଳ୍ପ ଓ ନଦୀ ଜଳ ସୁରକ୍ଷା ଦିଗରେ ଦୂରଦର୍ଶୀ ଲକ୍ଷ ଓ ଓଡ଼ିଶା ବାସୀଙ୍କ ସ୍ୱାର୍ଥ ର ହିତ ଚିନ୍ତା କରିଥିବା କାରଣ ରୁ ଅନେକ ପଦକ୍ଷେପ ନେଇଛନ୍ତି l ବିଶେଷ କରି ବଂଶଧାରା ଜଳ ବିବାଦ ର ସ୍ଥ lୟୀ ସମାଧାନ ନିମନ୍ତେ କୌଣସି ବଡ଼ ନଦୀ ର ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରୟ 1200 କୋଟି ଟଙ୍କା ଅନୁମୋଦନ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l
ଏଣୁ ଆଜି ଏହି ପ୍ରେସ ବିବୃତି ମାଧ୍ୟମରେ ଆମ ଯେ ରାଜ୍ୟ ସରକlର ଟାଳ ଟୁଳ ନୀତି ଛାଡି ବଂଶଧାରା ଅବବାହିକା ର ଜନ ସାଧାରଣ, ଚାଷୀ ଙ୍କ ଓ ପରିବେଶ ସୁରକ୍ଷା ନିମନ୍ତେ ନଦୀ ର ଉପରମୁଣ୍ଡରେ ସ୍ଥାୟୀ ନଦୀବନ୍ଧ ଯୋଜନା କାରାଯାଉ l ନଚେତ ନଦୀ ଅବବାହିକା ରେ ବଢ଼ି ଓ ମୁରୁଡି ଭଳି ପରିସ୍ଥିତି ସୃଷ୍ଟି ହେବ l ସରକାର ନିଜ ଟାଳ ଟୁଳ ନୀତି ଛାଡି ଓଡ଼ିଶା ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଆମ ପାର୍ଟୀ ସି ପି ଆଇ (ଏମଏଲ) ଲିବରେସନ ଗୁଣପୁର ମାଟି ପାଇଁ ଜିବନ ଦେଇ ଲଡେଇ କରିବା ପାଇଁ ଆହ୍ବାନ ଦେଇଛନ୍ତି |ରାୟଗଡା ରୁ ଦେବୀପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ଲାଇଭ l
