ୟୁଏଆଇଏଲ୍‌ର ଉତ୍କଳ ହସପିଟାଲ ୪୭୦ ଗ୍ରାମରେ ସ୍ବାସ୍ଥ୍ୟ ସେବା, ୫୭ ହଜାର ଲୋକ ଲାଭାନ୍ବିତ ହୋଉଛନ୍ତି |

ରାୟଗଡ଼ା:-୧୨/୪ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ଆଲୁମି ନା କମ୍ପାନୀ ଉଚ୍ଚ ଉକ୍ ଳ ଇଣ୍ଟରନ୍ୟାସ୍ଟାଲ ଲି ମି ଟେଡ (ୟୁ ଏଆଇଏଲ୍) ପକ୍ଷରୁ ରାୟଗଡା ଜିଲ୍ଲାର ଟିକିରି  (ଓଷାପଡା) ଠାରେ ପରି ଚାଳିତ ଉତ୍କଳ ହସପିଟାଲ ଗ୍ରାମାଞ୍ଚଳରେ ଉନ୍ନତ ସ୍ଵାସ୍ଥ୍ୟସେବା ପହଞ୍ଚାଇବାରେ ଗୁରୁତ୍ବପୂର୍ଣ ଭୂମିକା ନେଇଛି। ‘ପ୍ରୋଜେକ୍ଟ ଆରୋଗ୍ୟମ୍ ଅନ୍ତର୍ଗତ ଏହି ହସପିଟାଲ ରାୟଗଡା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳଗୁଡିକରେ ସ୍ଵାସ୍ଥ୍ୟସେବା ସୁଲଭ କରୁଛି । ପ୍ରତିମାସ ପ୍ରାୟ ୭,୫୦୦ ରୋଗୀ ଏଠାରେ ଚିକିତ୍ସା ପାଉଥିବାବେଳେ ଅନ୍ୟ ୨,୫୦୦ ରୋଗୀ ଫାଷ୍ଟ ଏଡ୍ ସେଣ୍ଟର ମାଧ୍ୟମରେ ସେବା ଲାଭ
କରୁଛନ୍ତି ।  ୨୨ ଶଯ୍ୟା ବିଶିଷ୍ଟ ଏହି ହସପିଟାଲରେ ଚବିଶ ଘଣ୍ଟିଆ ଚିକିତ୍ସା ସୁବିଧା ସହିତ ମେଡିସିନ, ସର୍ଜରୀ, ଗାଏନାକୋଲୋଜି, ପେଡିଆଟ୍ରିକ୍ସ, ଆନାସ୍ଟ୍ରେସି ସ୍ପେସିଆ ଆଦି ବିଭାଗର ସେବା ଉପଲ ଲବ୍ଧ ଅଛି। ସହିତ ଇଏନ୍‌ଟି, ଡେଣ୍ଟାଲ, ଡର୍ମାଟୋଲୋଜି ଓ ଅର୍ଥୋପେଡିକ୍ସର ଭି ଜି ଟିଂ ସ୍ପେଶାଲିଷ୍ଟମାନେ  ମଧ୍ଯ ସେବା ଯୋଗାଇଛନ୍ତି । ହସପିଟାଲରେ ସି ଟି ସ୍କାନ୍, ଏକ୍ସ- ରେ, ଏଣ୍ଡୋସ୍କୋପି, ଲାପାରୋସ୍କୋପିକ୍ ସର୍ଜରୀ ସହିତ ଆଧୁନିକ ଲାବ୍ ସୁବିଧା ରହିଛି, ଯାହା ତ୍ବରିତ ଓ ସଠିକ ରୋଗ ନିର୍ଣ୍ଣୟକୁ ସହଜ କରୁଛି। କଚ୍ ଏକ ଫିଜିଓଥେରାପି ୟୁନିଟ୍ ମଧ୍ଯ ରୋଗୀଙ୍କ ପୁନିର୍ବାସକୁ ସମର୍ଥନ କରୁଛି। 3 କୋଭିଢ଼ି -୨୦୧୯ -୨୦୨୩ରେ କାଶୀପୁରର ଡାଇରିଅ ପ୍ରକୋପ
ସମୟରେ ହସପିଟାଲ ତ୍ବରିତ ସେବା ଯୋଗାଇ ଅଞ୍ଚଳବାସୀଙ୍କୁ ବଡ ସହାୟତା କରିଥିଲା । ଏହା ସହିତ ୟୁଏଆଇଏଲ୍ ପକ୍ଷରୁ ମୋବାଇଲ 62 2 ୟୁନିଟ୍ ଓ ଆମ୍ବୁଲାନ୍ସ ସେବା ମାଧ୍ଯମରେ ୪୭୦ରୁ ଅଧୂକ ଗ୍ରାମରେ ଗ୍ରାମ ସ୍ଵାସ୍ଥ୍ୟସେବା ପହଞ୍ଚୁଛି। ଏଥିରୁ ଏଥି ପ୍ରାୟ ୫୭,୦୦୦ ଲୋକ ଲାଭାନ୍ବିତ ହେଉଛନ୍ତି । ୟୁନିଟ୍ ନିଟ୍ ହେଡ୍ ରବି ମିଶ୍ର  କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଗୁଣାତ୍ମକ ଚିକିତ୍ସା ସୁବିଧା ପହଞ୍ଚାଇବା ଓ ଶେଷ ମାଇଲ୍ ପର୍ଯ୍ୟନ୍ତ ସ୍ଵାସ୍ଥ୍ୟସେବା ସୁନିଶ୍ଚିତ କରିବା ହିଁ ସଂସ୍ଥାର ର ପ୍ରଧାନ ଲକ୍ଷ୍ୟ । ସ୍ଥାନୀୟ ଲୋକମାନେ ମଧ୍ୟ୍ୟ ହସପିଟାଲର ସେବାକୁ ପ୍ରଶଂସା କରି କହିଛନ୍ତି,  ଏବେ ସେମାନେ ନିକଟ ନିକଟରେ ଉନ୍ନତ ଚିକିତ୍ସା ପାଇ ସମୟ ଓ ଖର୍ଚ୍ଚ ରକ୍ଷା କରିପାରୁଛନ୍ତି।ରାୟଗଡା ରୁ ଦେବୀପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ଲାଇଭ I

Leave a Reply

Your email address will not be published. Required fields are marked *

error: Content is protected !!