ଟିଟିଲାଗଡ଼ ବଣିକ ସଙ୍ଘ ରେ ଶମ୍ଭୁ ପ୍ରସାଦ ଗୋୟଲ ନିର୍ବିରୋଧ ଅଧ୍ୟକ୍ଷ ଚୟନ”

ଟିଟିଲାଗଡ଼ ରୁ ଓଡିଶା ଵିୟୌର ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ


ତୃତୀୟ ଥର ପାଇଁ ନିର୍ବିରୋଧ ଭାବେ ଟିଟିଲାଗଡ଼ ବଣିକ ସଙ୍ଘର ଅଧ୍ୟକ୍ଷ ଭାବେ ଶମ୍ଭୁ ପ୍ରସାଦ ଗୋୟଲଙ୍କ ଚୟନ ସଂଘ ପାଇଁ ଗୌରବର ବିଷୟ । ସେହିପରି ସଚିବ ଭାବେ ଗୋପାଳ କ୍ରିଷନ ଜୈନ, ସହ ସଚିବ ଭାବେ ଅମନ ଗୋୟଲ, ଉପାଧ୍ୟକ୍ଷ ଭାବେ ସଞ୍ଜୟ ସୋନି ଓ କୋଷାଧ୍ୟକ୍ଷ ଭାବେ ଗଙ୍ଗାଧର ଶର୍ମା ନିର୍ବାଚିତ ହୋଇଥିବାବେଳେ ୨୧ ଜଣ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନିର୍ବିରୋଧ ଭାବେ ଚୟନିତ ହୋଇଛନ୍ତି

ସମସ୍ତ ପଦାଧିକାରୀଙ୍କ ଏହି ନିର୍ବିରୋଧ ଚୟନ ସଂଘର ଏକତା, ସହଯୋଗ ଓ ପରସ୍ପର ବିଶ୍ୱାସକୁ ସ୍ପଷ୍ଟ କରୁଛି । ନୂତନ କାର୍ଯ୍ୟକାରିଣୀର ନେତୃତ୍ୱରେ ବଣିକ ସଙ୍ଘ ଆଗାମୀ ଦିନରେ ବ୍ୟବସାୟୀମାନଙ୍କ ସ୍ୱାର୍ଥରେ ଆହୁରି ସକ୍ରିୟ ଓ ସୁଦୃଢ଼ ଭାବେ କାମ କରିବ ବୋଲି ଆଶା କରାଯାଉଛି ।

ସମସ୍ତ ନବନିର୍ବାଚିତ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ।

Leave a Reply

Your email address will not be published. Required fields are marked *

error: Content is protected !!