ଟିଟିଲାଗଡ ପୁରୁଣା ବ୍ୟାଙ୍କ ଛକରେ ଥିବା ଗଣେଶ ମନ୍ଦିରକୁ ଉଚ୍ଛେଦ କଲା ପ୍ରଶାସନ

ଟିଟିଲାଗଡ – (ସନ୍ତୋଷ କୁମାର ପଟ୍ଟନାୟକ)ଟିଟିଲାଗଡ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉପୁଜୁଥିଲା, ଏହାକୁ ଦୃଷ୍ଟିରେ ରଖି ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସରକାରୀ ଜବର ଦଖଲ କରିଥିବା ଅଞ୍ଚଳକୁ ଖାଲି କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳ ୧୦ ଟା ସମୟରେ ଟିଟିଲାଗଡ ପୌର ପରିଷଦ ପକ୍ଷରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଉଚ୍ଛେଦ ସମୟରେ ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟ, ଅତିରିକ୍ତ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଶ୍ରୀଯୁକ୍ତ ଶଙ୍କର ବାଗ, ଏସ ଡି ପି ଓ ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପ୍ରଧାନି, ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ ଶତପଥୀ ଏବଂ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆଗକୁ ବି ଜାରି ରହିବ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!