ରୁଷିଆରେ ପ୍ରଦର୍ଶିତ ହେଲା ଓମ ପ୍ରକାଶ ଙ୍କ ବାଲୁକା ଶିଳ୍ପ କଳା ।

ଭାରତ-ରୁଷିଆ ମିଳିତ ଆନୁକୂଲ୍ୟରେ ରୁଷିଆର ଏଲିସ୍ଥାଠାରେ ଭାରତୀୟ ସଂସ୍କୃତି ଦିବସ ପାଳନ ହୋଇଯାଇଛି ।

ଏଥିରେ ବାଲୁକା କଳା ପ୍ରଦର୍ଶନ କରିବା ପାଇଁ ନିମନ୍ତ୍ରିତ ହୋଇଛନ୍ତି ଓଡ଼ିଆ ପୁଅ। ସେ ହେଲେ ବଲାଙ୍ଗିର ସହରରେ ରହୁଥିବା ଶିକ୍ଷକ ତଥା ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଡ଼. ଓମ୍‌ ପ୍ରକାଶ ସାହୁ l ଭାରତ ଓ ରୁଷିର ଐତିହ୍ୟ ସଂସ୍କୃତି ର ସମ୍ପର୍କ କୁ ଆହୁରି ସୁଦୃଢ କରିବା ପାଇଁ ଏହି ଉତ୍ସବ ଆୟୋଜନ ହୋଇଛି। ଏହି ଉତ୍ସବ ରେ ଭାତତୀୟ ଶାସ୍ତ୍ରୀୟ, ଲୋକନୃତ୍ୟ, ସଂଗୀତ, ଚଳଚିତ୍ର ଓ ଯୋଗ ଆଦି ପ୍ରଦର୍ଶନ କରାଯାଇଥିଲା। ଏଥିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଡ଼.ଓମ୍‌ ପ୍ରକାଶ ସାହୁ ଯୋଗଦେଇ ଭାରତୀୟ ଐତିହ୍ୟ ସଂସ୍କୃତି ଆଧାରିତ ବାଲୁକା କଳାରେ ବୌଦ୍ଧ ସଂସ୍କୃତି ଉପରେ ଆଧାରିତ ଏକ କଳାକୃତି ତିଆରି କରି ଶାନ୍ତି ଓ ସଦଭାବନା ର ବାର୍ତ୍ତା ଦେଇଛନ୍ତି, ଯାହାକି ଦର୍ଶକଙ୍କ ମହଲରେ ବେଶ ପ୍ରଶଂସିତ ହୋଇଛି।

ଓଡିଶା ବ୍ୟୁର ମୁଖ୍ୟ ସନ୍ତୋଷ ପଟନାୟକ ଙ୍କ ସହ ବଲାଙ୍ଗିର ରୁ ଜିଲ୍ଲା ପ୍ରତିନିଧି ମୁନା ଗୌଡ଼ ଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର Live..।

Leave a Reply

Your email address will not be published. Required fields are marked *

error: Content is protected !!