ପିପିଲି ଥାନା ଦାନଗୋହିର ନିକଟ ବିଛୁଆତି ଛକରୁ 74.23 ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ l ଗିରଫ ଅଭିଯୁକ୍ତ ର ନାମ ଚନ୍ଦୁ ଓରଫ ଏମ.ଡ଼ି ଅଲଫାଜ ଓ ତା ଘର ଦାନଗୋହିର ଅଞ୍ଚଳରେ ବୋଲି ସୂଚନା ମିଳିଛି l ଯୁବକ ନିକଟରୁ ନଗଦ ୯ହଜାର ୬ଶହ ଟଙ୍କା ସମେତ, ଗୋଟିଏ ବାଇକ ୨ଟି ମୋବାଇଲ ଫୋନ ଜବତ କରାଯାଇଛି l ସେ କେଉଁ ଠାରୁ ବ୍ରାଉନ ସୁଗାର ଆଣି କାହା କାହାକୁ ବିକୁଥିଲା ସେ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ପୁରୀ ଅତିରିକ୍ତ ଏସ ପି ସଚିନ ପଟେଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୭ଲକ୍ଷ ୫୦ ହଜାର ହେଵ ବୋଲି ସୂଚନା ମିଳିଛି ପିପିଲି ରୁ ସତ୍ୟ ନାରାୟଣ ସିଂହ
